www.samajalive.in
Sunday, December 7, 2025
16.1 C
Bhubaneswar

ଆଜିଠାରୁ ଏସିଆ କପ୍‌; ଆଫ୍‌ଗାନିସ୍ତାନ-ହଂକଂ ଉଦ୍‌ଘାଟନ ମ୍ୟାଚ୍‌

ଆବୁଧାବି: ଦୁଇ ବର୍ଷରେ ଥରେ ଆୟୋଜିତ ପୁରୁଷ ଏସିଆ କପ୍‌ କ୍ରିକେଟ୍‌ର ୧୭ଶ ସଂସ୍କରଣ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଟ୍ବେଣ୍ଟି୨୦ ଫର୍ମାଟରେ ଖେଳାଯିବ। ୮ଟି ଏସୀୟ ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍ ‘ଏ’ରେ ଭାରତ ଓ ପାକିସ୍ତାନ ସହ ୟୁଏଇ ଓ ଓମାନ୍ ରହିଛନ୍ତି। ତେବେ ଗ୍ରୁପ୍ ‘ବି’କୁ ଗ୍ରୁପ୍ ଅଫ୍ ଡେଥ୍ କୁହାଯାଉଛି। କାରଣ ଏହି ଗ୍ରୁପ୍‌ରେ ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସହ ହଂକଂ ଥିବାରୁ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)କୁ ସମାଲୋଚନା କରାଯାଉଛି। ୨୦୨୩ ସଂସ୍କରଣ ଦିନିକିଆ ଫର୍ମାଟରେ ଖେଳା ଯାଇଥିବା ବେଳେ ଏଥର ପୁଣି ଟ୍ବେଣ୍ଟି୨୦ ଫର୍ମାଟକୁ ଫେରିଛି। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ଭାରତକୁ ମିଳିଥିଲା। ତେବେ ପାକିସ୍ତାନ ଏଥିରେ ଖେଳିବା ଏବଂ ହାଇବ୍ରିଡ୍‌ ମଡେଲକୁ ଏଡ଼ାଇବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯାଉଛି। ୟୁଏଇରେ ଗତ ସପ୍ତାହ ଧରି ଆଫ୍‌ଗାନିସ୍ତାନ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିଥିବାରୁ ଏଠାକାର ବାତାବରଣ ଓ ପିଚ୍‌ ସହ ଏହା ଭଲଭାବେ ପରିଚିତ ଅଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଆଫ୍‌ଗାନିସ୍ତାନ ପରାସ୍ତ କରିଥିଲେ ହେଁ ରବିବାର ଫାଇନାଲରେ ପାକିସ୍ତାନ ଏହାକୁ ପରାସ୍ତ କରିଥିଲା।

ମଙ୍ଗଳବାର ଆଫ୍‌ଗାନିସ୍ତାନ ଓ ହଂକଂ ମଧ୍ୟରେ ଉଦ୍‌ଘାଟନ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିବା ପାଇଁ ଆଫ୍‌ଗାନିସ୍ତାନ ବଡ଼ ଦାବିଦାର। ରସିଦ୍ ଖାଁ ନେତୃତ୍ବାଧୀନ ଆଫ୍‌ଗାନିସ୍ତାନ ବେଶ୍‌ ଶକ୍ତିଶାଳୀ ଦଳ। ଏହାକୁ ସମ୍ଭାବ୍ୟ ଫାଇନାଲିଷ୍ଟ ଭାବେ ଗଣନା କରାଯାଉଛି। ତ୍ରିରାଷ୍ଟ୍ରୀୟ ଫାଇନାଲରେ ପାକିସ୍ତାନ ବିପକ୍ଷରେ ୬୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲେ ହେଁ ଆଫ୍‌ଗାନିସ୍ତାନର ବ୍ୟାଟିଂ ମଜ୍‌ଭୁତ ଅଛି। ସେଦିକୁଲ୍ଲା ଅଟଲ, ଇବ୍ରାହିମ୍ ଜାଦ୍ରାନ୍ ଓ ଓପ୍‌ନର ରହମନୁଲ୍ଲା ଗୁର୍‌ବାଜ ଭଲ ଫର୍ମରେ ଅଛନ୍ତି। ମହମ୍ମଦ ନବି, ଡାର୍‌ୱିସ୍ ରସୁଲି, କରିମ୍ ଜନ୍ନତ ଭଲ ବ୍ୟାଟ୍‌ସମ୍ୟାନ୍‌। ୟୁଏଇର ପିଚ୍‌ ସ୍ପିନରଙ୍କ ପାଇଁ ସହାୟକ ହେବାକୁ ଥିବା ବେଳେ ଦଳରେ ୩ ପ୍ରମୁଖ ସ୍ପିନର- ରସିଦ୍ ଖାଁ, ନୁର୍ ଅହମ୍ମଦ ଓ ମୁଜିବ୍ ଉର୍‌ ରେହ୍‌ମାନ ଯେକୌଣସି ବ୍ୟାଟିଂ ଲାଇନ୍‌କୁ ଅସୁବିଧାରେ ପକାଇ ପାରନ୍ତି। ହଂକଂ ଦଳକୁ କ୍ରିକେଟ୍‌ ଦୁନିଆରେ ଶିଶୁ ଭାବେ ଗଣନା କରାଯାଉଛି। ପାକିସ୍ତାନ ଓ ଭାରତ ବଂଶଜ କିଛି ଖେଳାଳିଙ୍କୁ ନେଇ ହଂକଂ ଦଳ ଗଠିତ। ଆଫ୍‌ଗାନିସ୍ତାନ ସହ ପ୍ରତିଦ୍ବନ୍ଦ୍ବିତା କରିପାରିଲେ; ହଂକଂ ଦଳ ଖୁସି ହେବ। ହଂକଂକୁ ଭଲ ଦଳଙ୍କ ବିରୋଧରେ ଖେଳିବାର ସୁଯୋଗ କମ୍ ମିଳିଥାଏ। ତେବେ ବିଶ୍ବ ମାନ୍ୟତାର ପ୍ରଥମ ୧୦ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରୁ ୩ଟି ଦଳଙ୍କ ମଧ୍ୟରେ ଖେଳିବା ଦ୍ବାରା ହଂକଂ ବେଶ୍‌ ଅଭିଜ୍ଞତା ହାସଲ କରିପାରିବ। ଗ୍ରୁପ୍ ‘ବି’ରେ ହଂକଂକୁ ସବୁଠାରୁ ଦୁର୍ବଳ ଦଳ ଭାବେ ଗଣନା କରାଯାଉଛି। ଏହି ଗ୍ରୁପ୍‌ରୁ ସୁପର-୪ ପର୍ଯ୍ୟାୟକୁ ଯିବା ଲାଗି ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।

- Advertisement -

ଓଡ଼ିଆ ଖେଳାଳି ଅଂଶୁମାନ ରଥ ହଂକଂର ଅନ୍ୟତମ ଭଲ ବ୍ୟାଟ୍‌ସମ୍ୟାନ। ସେ ଦୁଇ ବର୍ଷ ଲାଗି ଓଡ଼ିଶା ପାଇଁ ମଧ୍ୟ ଖେଳିବା ପରେ ପୁଣି ହଂକଂକୁ ଫେରି ଯାଇଛନ୍ତି। ପାକିସ୍ତାନ ଜନ୍ମିତ ବାବର ହାୟାତ୍‌ ଓ ଦକ୍ଷିଣ ଆଫ୍ରିକା ଜନ୍ମିତ ମାର୍ଟିନ୍ କୋଏଜିଙ୍କ ସହ କିଞ୍ଚିତ ଶାହା ଓ ସାହିଦ୍ ୱାସିଫ୍ ଭଲ ବ୍ୟାଟ୍‌ସମ୍ୟାନ। ନିଜାକତ୍‌ ଖାଁ ଜଣେ ଭଲ ଅଲ୍‌ରାଉଣ୍ଡର। ବରିଷ୍ଠ ଅଲ୍‌ରାଉଣ୍ଡର ଆସିଫ୍ ମୁର୍ତାଜା ଦଳର ନେତୃତ୍ବ ନେଉଛନ୍ତି। ହଂକଂର ବୋଲିଂ ବିଷୟରେ ବେଶି କିଛି ଜଣାନାହିଁ। ବଡ଼ ବିଜୟ ସହ ଆଫ୍‌ଗାନିସ୍ତାନ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବାର ପ୍ରୟାସ କରିବ। ଗତବର୍ଷ ଏସିସି ପ୍ରିମିୟର କପ୍‌ରେ ୩ୟ ସ୍ଥାନ ପାଇଁ ମ୍ୟାଚ୍‌ରେ ନେପାଳକୁ ହରାଇ ହଂକଂ ଏସିଅା କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୨୧ ବର୍ଷରେ ହଂକଂ ୧୧ଟି ଏସିଆ କପ୍‌ ମ୍ୟାଚ୍‌ ଖେଳି ସବୁତକ ହାରିଛି। ସେ ଯାହାହେଉ, ଏସିଆ କପ୍‌​‌େ​‌ର ସମସ୍ତଙ୍କ ଆକର୍ଷଣ ହେବ ଭାରତ-ପାକିସ୍ତାନ ମୁକାବିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories