www.samajalive.in
Saturday, December 6, 2025
26.1 C
Bhubaneswar

ସାର ନପାଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପ୍ରାଥମିକ କୃଷି ସମବାୟ ସମିତିରେ ସାର ନପାଇ ଚାଷୀମାନେ ବିରକ୍ତ ହୋଇ ବିଶ୍ୱନାଥପୁରଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । କଳାହାଣ୍ଡି ଜିଲାରେ ୟୁରିଆ ସାରର ବର୍ତ୍ତମାନ ଅଭାବ ଦେଖାଦେଇଛି । ଯେଉଁଥିପାଇଁ କଳାବଜାରୀ ବଢ଼ିବାରେ ଲାଗିଛି । ସୂଚନାନୁସାରେ ଲାଞ୍ଜିଗଡ ବ୍ଲକରେ ଥିବା ତିନିଗୋଟି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହଗୁଡ଼ିକରେ ୟୁରିଆ ସାର ନେବାପାଇଁ ଚାଷୀମାନଙ୍କ ପ୍ରବଳ ଭିଡ଼ ରହିଥିବା ଓ ଚାଷୀମାନେ ସାର ନ ପାଇ ଅସନ୍ତୋଷ ଫେରୁଥିବା ଆଜି ଦେଖିବାକୁ ମିଳିଛି।

ସୂଚନାନୁସାରେ ବ୍ଲକର ବିଶ୍ଵନାଥପୁର ପ୍ରାଥମିକ କୃଷି ସମବାୟ ସମିତି ସାମ୍ନାରେ ୧୫ ଶହରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଶନିବାର ସକାଳ ନ ଘଣ୍ଟା ସମୟରୁ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ । ୧୫ଶହରୁ ଉର୍ଦ୍ଧ୍ବ ଚାଷୀ ଆସିଥିବା ବେଳେ ୩୪୦ ବସ୍ତା ୟୁରିଆ ସାର ସମିତିକୁ ଆସିଛି । ହେଲେ ପରେ ଚାଷୀମାନଙ୍କ ଅପେକ୍ଷା ସାର କମ ପରିମାଣରେ ୟୁରିଆ ଥିବା କହି ସମବାୟ ସମିତିର ପରିଚାଳକ ମନା କରିବା ପରେ ଉପସ୍ଥିତ ସମସ୍ତ ଚାଷୀ ବିରକ୍ତ ହୋଇ ଆଜି ବିଶ୍ୱନାଥପୁର ଓ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏହାର ଖବର ପାଇ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର ସନ୍ଦିପ ତିର୍କୀ ଏବଂ ଲାଞ୍ଜିଗଡ ବ୍ଲକ ଏଓ ଲକ୍ଷ୍ମୀ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କ ସ‌ହିତ ଆଲୋଚନା ପରେ ରାସ୍ତାରୁ ଓହରିଥିଲେ।

- Advertisement -

ଲାଞ୍ଜିଗଡ ବ୍ଲକରେ ଲାଞ୍ଜିଗଡ ରୋଡ଼, ଲାଞ୍ଜିଗଡ ଓ ବିଶ୍ଵନାଥପୁରଠାରେ ସମବାୟ ସମିତି ଥିବାବେଳେ ଲାଞ୍ଜିଗଡ ରୋଡ଼, ଲାଞ୍ଜିଗଡଠାରେ ଚାଷୀଙ୍କ ଅନୁପାତରେ ସାର ଆସିନଥିବା ଯୋଗୁଁ ବ୍ଲକର ସମସ୍ତ ଚାଷୀ ବିଶ୍ଵନାଥପୁର ସମବାୟ ସମିତି ଉପରେ ନିର୍ଭର କରୁଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି। ସୂଚନା ମୁତାବକ ବ୍ଲକ ୨୬ଗୋଟି ପଞ୍ଚାୟତ ମଧ୍ୟରୁ ବିଶ୍ଵନାଥପୁର ସମବାୟ ସମିତି ଅନ୍ତର୍ଗତ ଲାଞ୍ଜି, କାନକୁଟ୍ରୁ, ବେନଗାଁ, ବେଢ଼ାଗାଁ, କୁମଖାଲ, ବିଶ୍ଵନାଥପୁର, ଚମ୍ପାଦେଇପୁର, ପୋଖରୀ ବନ୍ଧ, ଲାଖବାହାଲୀ, ବନ୍ଧପାରି ପଞ୍ଚାୟତର ଚାଷୀ ତାଲିକା ଥିବାବେଳେ ଲାଞ୍ଜିଗଡ ଓ ଲାଞ୍ଜିଗଡ ରୋଡ଼ ଲେମ୍ପ ଠାରେ ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିବା ସୁଚନା ମିଳିଛି। ଏ ନେଇ କୃଷି ସମବାୟ ସମିତି ପରିଚାଳକ ଲିଙ୍ଗରାଜ ସାହୁଙ୍କୁ ପଚାରିବାରୁ ଆମ ପାଖକୁ ୩୪୦ ବସ୍ତା ୟୁରିଆ ସାର ଆସିଥିବା ବେଳେ ୧୫ଶହରୁ ଉର୍ଦ୍ଧ୍ବ ଚାଷୀ ଆସିଥିଲେ ତେଣୁ ସେମାନଙ୍କୁ ଯେତିକି ଅଛି ନେଇଥାନ୍ତୁ ପୁଣି ଆସିଲେ ଅନ୍ୟମାନେ ନେବେବୋଲି କହିବାରୁ କେହି ରାଜି ହେଲେନାହିଁ, ତେଣୁ ସମ୍ପୂର୍ଣ୍ଣ ସାର ଆସିଲେ ସମସ୍ତଙ୍କୁ ଏକସଙ୍ଗେ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories