ଭୁବନେଶ୍ୱର : ନିୟମିତ ବଢୁଛି ସୁନା ଦାମ୍ । ସବୁ ରେକର୍ଡ ଭାଙ୍ଗି ୧ ଲକ୍ଷ ୧୦ ହଜାର ମୁହାଁ ହେଉଛି ଦାମ୍ । ସେପ୍ଟେମ୍ବର ୬ ଅର୍ଥାତ୍ ଶନିବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୮,୪୯୦ ଟଙ୍କା ରହିଛି । ଗତକାଲି ୧,୦୭,୬୨୦ ଟଙ୍କା ଥିଲା । ଏଥିରେ ୮୭୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୯,୪୫୦ ଟଙ୍କା ରହିଛି । ଗତକାଲି ୯୮,୬୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୧,୩୭୦ ଟଙ୍କା ରହିଛି । ଗତକାଲି ୮୦,୭୨୦ ଟଙ୍କା ଥିଲା । ଏଥିରେ ୬୫୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୩,୮୦୦ ଟଙ୍କା ରହିଛି । ଗତକାଲି ୧୩,୬୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।
ଗତ ୧୦ ଦିନ ମଧ୍ୟରେ ସୁନା ଦାମ୍ ୮ ଥର ବୃଦ୍ଧି ପାଇଥିବା ବେଳେ ଥରେ ହ୍ରାସ ପାଇଛି ଓ ଥରେ ସ୍ଥିର ରହିଛି ।



