ଖଇରା: ବାଲେଶ୍ଵର ଜିଲ୍ଲା ଖଇରାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାନଯିବା ପ୍ରତିବାଦରେ ବିଜେଡ଼ି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ସମୟରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଵନ୍ଦ ରହିଥିବା ବେଳେ ସୋର କୁପାରୀ ରାସ୍ତାର ବ୍ଳକ ଛକ ନିକଟରେ ରାସ୍ତା ଅବରୋଧ ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୦୨୪ ବିଜେଡି ପକ୍ଷରୁ ଏନଏଏସି ଘୋଷଣା କରିଥିଲେ। ଏହି ବନ୍ଦ ସକାଳ ୬ରୁ ଦିନ ୧୨ ଟା ପଯ୍ୟନ୍ତ ଡାକରା ଦେଇଛି ବିଜୁ ଜନତା ଦଳ । ୩ଘଣ୍ଟା ଧରି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ ଯୋଗୁଁ ଯାନବାହାନ ସମ୍ପୁର୍ଣ୍ଣ ବନ୍ଦ ରହିଛି । ପୂର୍ବରୁ ଖଇରା ଅଞ୍ଚଳ ବିଭିନ୍ନ ସାମାଜିକ ସଂଗଠନ ଓ ସ୍ୱାଭିମାନ ମଞ୍ଚ ତରଫରୁ ଗତ ୩ ତାରିଖ ବୁଧବାର ଦିନ ବନ୍ଦ ଡାକରା ଦିଆଯାଇଥିଲା।
Popular Categories



