www.samajalive.in
Monday, December 8, 2025
27.1 C
Bhubaneswar

ଚନ୍ଦକାରେ ଦୁଇ ଆପାର୍ଟମେଣ୍ଟର ୬ ଫ୍ଲାଟ୍‌ରୁ କଳାକନା ବୁଲାଇଲେ ଲୁଟିଆ

ଖଣ୍ଡଗିରି: ଚନ୍ଦକା ଥାନା ଅଞ୍ଚଳର ଦୁଇଟି ଆପାର୍ଟମେଣ୍ଟର ୬ଟି ଫ୍ଲାଟ୍‌ରୁ ବଡ଼ଧରଣର ଲୁଟ୍‌ ହୋଇଛି। ଭୋଳାରେ ଥିବା ଚନ୍ଦକା ମିଡଡୋସ ଓ କୁଜୁମହଲରେ ଥିବା ପ୍ରଭୁଜୀ ଏନ​‌େ​‌କ୍ଲଭ ଦୁଇଟି ଆପାର୍ଟମେଣ୍ଟର ଥିବା ୬ଟି ଘର ତାଲା ତାଡ଼ି କଳାକନା ବୁଲାଇଛନ୍ତି। ଲୁଟ୍‌ର ଶିକାର ଘର ମାଲିକମାନେ ହେଲେ ଜ୍ୟୋତି ବର୍ମା, କିର୍ତିକା, ମିନତି ସାହୁ ଓ କାଳନ୍ଦୀ ପଣ୍ଡା। ସେମାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା, ୮୦୦ ଗ୍ରାମ୍‌ର ରୁପା ଅଳଙ୍କାର ଓ ପ୍ରାୟ ୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଚୋରି ହୋଇଛି। ଏ ସଂକ୍ରାନ୍ତରେ ଚନ୍ଦକା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଅଭିଯୋଗ ଅନୁଯାୟୀ, ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଦିନବେଳା ନିଜ ନିଜର କାମରେ ବାହାରକୁ ଯାଇଥିଲେ। ମାଲିକମାନେ ନଥିବା ସୁଯୋଗ ନେଇ ଲୁଟିଆ ଦଳ ଆପାର୍ଟମେଣ୍ଟ ଭିତରକୁ ପଶି ସମସ୍ତ ଘର ଗୁଡ଼ିକର ତାଲା ଭାଙ୍ଗି ଲୁଟ୍‌ପାଟ୍‌ କରିଛନ୍ତି। ମିଡଡୋସ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳାଙ୍କ ଘରର ଆଲମାରିରୁ ନଗଦ ୬୦ ହଜାର ଟଙ୍କା, ୪୦୦ ଗ୍ରାମ୍‌ର ରୁପା ଅଳଙ୍କାର ଓ ଲାପଟପ୍‌ ନେଇଥିବାବେଳେ ଅନ୍ୟ ଜଣଙ୍କ ଘରୁ ୨୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଅନ୍ୟ ଫ୍ଲାଟ୍‌ଗୁଡ଼ିକରେ ପଶି ଆଲମାରି ତାଡ଼ି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍‌ପାଟ୍‌ କରିଛନ୍ତି। ଘର ମାଲିକମାନେ ଅପରାହ୍ଣରେ ଫେରି ଆସି ଦେଖିବା ବେଳକୁ ଘରର ମୁଖ୍ୟ ଦ୍ବାର ତାଲା ଭଙ୍ଗା ହୋଇଛି। ଘରେ ଥିବା ସୁନାଗହଣାକୁ ଲୁଟିଆ ଖାଲି କରି ଦେଇଥିବା ଜାଣିବା ପରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଚନ୍ଦକା ଥାନା ଅଧିକାରୀ, ଏସିପି, ସନ୍ଧାନୀ କୁକୁର ଓ ଫୋରେନସିକ ଦଳ ସହାୟତାରେ ପୁଲିସ ତନାଘନା ଆରମ୍ଭ କରିଛି। ଏଥିସହ ଆପାର୍ଟମେଣ୍ଟ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ଓ ଅନ୍ୟମାନଙ୍କୁ ପଚରାଉଚରା କରାଯାଉଛି। ଅନୁରୂପ ଭାବେ ଫ୍ଲାଟ୍‌ରୁ କଳାକନା ବୁଲାଇଥିବା ବେଳର ଦୃଶ୍ୟ ଚିତ୍ର ସିସିଟିଭି କଏଦ ହୋଇଛି। ଦୁଇଜଣ ଯୁବକ ଏକ ମୋଟରସାଇକଲ ଯୋଗେ ଆସିଥିବା କାରନାମା କରିଥିବା ସିସିଟିଭିରେ ଦେଖାଯାଉଛି। ଏହି ଘଟଣାରେ ୨ଜଣଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ରହିଛି, ସେଦିଗ ଖୋଳତାଡ଼ କରାଯାଉଛି। ଚିତ୍ର ଉତ୍ତୋଳନ ଯନ୍ତ୍ର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ ପର ଗିରଫ କରାଯିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକମାନେ ଆପାର୍ଟମେଣ୍ଟର ଘର କିଣିଥିଲେ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆପାର୍ଟମେଣ୍ଟରେ ଚିତ୍ର ଉତ୍ତୋଳନ ଯନ୍ତ୍ର ଲଗାଯାଇଥିଲେ ମଧ୍ୟ ଲୁଟିଆମାନେ କେମିତି ପଶିଲେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଆପାର୍ଟମେଣ୍ଟରେ କାମ କରୁଥିବା କେହି କର୍ମଚାରୀ ଏହି ଘଟଣାରେ ସମ୍ପୃକ୍ତି ରହିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

- Advertisement -

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories