www.samajalive.in
Wednesday, December 10, 2025
26.1 C
Bhubaneswar

ବିଚାରପତିଙ୍କୁ ୫୦୦ କୋଟି ଟଙ୍କାର ବଟି ଧମକ

ଭୋପାଳ: ମଧ୍ୟପ୍ରଦେଶର ରେୱା ଜିଲାରେ କାର୍ଯ୍ୟରତ ଜଣେ ମହିଳା ବିଚାରପତିଙ୍କୁ ୫୦୦ କୋଟି ଟଙ୍କାର ବଟି ଧମକ ମିଳିଥିବା ଜଣାପଡିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ସ୍ପିଡ୍‌ ପୋଷ୍ଟରେ ଆସିଥିବା ଏହି ଧମକପୂର୍ଣ୍ଣ ଚିଠି ବୁଧବାର ବିଚାରପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ପ୍ରେରକ ନିଜକୁ ଚମ୍ବଲ ଘାଟିର କୁଖ୍ୟାତ ଡକାୟତ ହନୁମାନ ଗ୍ୟାଙ୍ଗ ସଦସ୍ୟ ବୋଲି ପରିଚୟ ଦେଇଛି। ଚିଠି ମିଳିବାପରେ ମୋହିନୀ ଭାଦୋରିଆ ନାମ୍ନୀ ଏହି ବିଚାରପତି ଥାନାରେ ଏତଲା ଦାଏର କରିଛନ୍ତି। ଚିଠିଲେ ଲେଖାଯାଇଛି ‘ଆପଣ ଯଦି ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଉତ୍ତର ପ୍ରଦେଶର ବାଗଦାଦ ଜଙ୍ଗଲରେ ଏହି ଅର୍ଥ ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ’। ଏହାକୁ ଅବଜ୍ଞା କଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଅଭିଯୁକ୍ତକୁ ଗିରଫ କରିବାକୁ ଏସ୍‌ଆଇଟି ଗଠନ କରାଯାଇଛି ବୋଲି ରେୱା ଏସ୍‌ପି ସୂଚନା ଦେଇଛନ୍ତି। ଧମକ ମିଳିବା ପରେ ସଂପୃକ୍ତ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories