www.samajalive.in
Friday, December 5, 2025
27.1 C
Bhubaneswar

କନ୍ଧମାଳରେ ଅପରେସନ ପ୍ରହାରର ପ୍ରଭାବ : ପ୍ରଥମ ଦିନରେ ଜଣେ ଗିରଫ

ଫୁଲବାଣୀ :ରାଜ୍ୟ ପୁଲିସ୍‌ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ଚୋରା ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅପରେସନ ପ୍ରହାର । କନ୍ଧମାଳ ଜିଲାରେ ପ୍ରଥମ ଦିନରେ ଫୁଲବାଣୀ ଆଦର୍ଶ ଥାନା ପକ୍ଷରୁ ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ ବେଳେ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଲଣ୍ଡରେଜୁ ଗାଁର ବିକାଶ ବେହେରା। ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରରେ ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍‌ ଚାଳକ ଦାମିଗାଁ ରାସ୍ତାରେ ଯାଉଥିବା ବେଳେ ପୁଲିସ୍‌ ସନ୍ଦେହରେ ତଦନ୍ତ କରିଥିଲା । ତଦନ୍ତ ବେଳେ ତାଙ୍କ ଠାରୁ ୨୮କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହିତ ଏକ ଦୁଇ ଚକିଆ ଗାଡ଼ି ମଧ୍ୟ ଜବତ କରିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories