ଉଦୟପୁର: ପତ୍ନୀଙ୍କ ଦେହର ରଙ୍ଗ କଳା ହୋଇଥିବାରୁ ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ନିର୍ଯାତନା ଦେବାସହିତ ଶେଷରେ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣାରେ ଉଦୟପୁରସ୍ଥିତ ଏକ ଅଦାଲତ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କିଷନ ନାମକ ଏହି ବ୍ୟକ୍ତି ପତ୍ନୀ (ଲକ୍ଷ୍ମୀ)ଙ୍କ ଦେହର ରଙ୍ଗକୁ ନେଇ ଭୀଷଣ ଅସନ୍ତୁଷ୍ଟ ଥିବାବେଳେ ନିୟମିତମାନେ ମାନସିକ ନିର୍ଯାତନା ଦେଉଥିଲେ। ଘଟଣା ଦିନ କିଷନ ଏକ ବୋତଲରେ ଏସିଡ୍ ଆଣିଥିବାବେଳେ ପତ୍ନୀଙ୍କୁ କହିଥିଲେ ଯେ ରଙ୍ଗ ଗୋରା ହେବାକୁ ସେ ଏକ ଔଷଧ ଆଣିଛନ୍ତି। ଏହାକୁ ଦେହରେ ବୋଳିଲେ ରଙ୍ଗ ଫିଟିଯିବ। ପତ୍ନୀ ସନ୍ଦେହ ପ୍ରକାଶ କରିଥିଲେ ସୁଦ୍ଧା କିଷନ ଏହାକୁ ତାଙ୍କ ଶରୀରରେ ବୋଳିବା ପରେ ଡିଆସିଲି ଦ୍ବାରା ନିଆଁ ଲଗାଇଥିଲେ। ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ପୋଡିଯିବା ସହ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଦୟପୁରସ୍ଥିତ ଅତିରିକ୍ତ ଜିଲା ଜଜ୍ ଏହି ମାମଲାରେ କିଷନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
Popular Categories



