www.samajalive.in
Sunday, December 7, 2025
15.1 C
Bhubaneswar

ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ

ମେଷ : ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ରୂପବାନ୍‌ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। ବିଦ୍ବାନ୍‌ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସଫଳ ଭବିଷ୍ୟବକ୍ତା ହୋଇପାରନ୍ତି। କର୍ମପରାୟଣ ହେବେ।
ବୃଷ: ଆଳସ୍ୟ ପରାୟଣ ହେବେ। ମିତବ୍ୟୟୀ ହୋଇପାରନ୍ତି। ଉଦାର ସ୍ବଭାବ ଓ ଲୋଭୀ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ଓ କର୍ମଠ ହେବେ।
ମିଥୁନ : ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୁଯୋଗ ଅଛି। ପରାକ୍ରମୀ ହେବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ପଶୁ ବ୍ୟବସାୟରୁ ଲାଭବାନ୍‌ ହେବେ।
କର୍କଟ: ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଯାନବାହନ ସୁଖ ମିଳିବ। ପୁତ୍ର ଲାଭ ହେବ। ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ସତ୍‌କର୍ମୀ ଓ ସର୍ବପ୍ରିୟ ହୋଇପାରନ୍ତି।
ସିଂହ : ଜଣେ ଉତ୍ତମ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ। ଦେବ ଦ୍ବିଜ ପରାୟଣ ହୋଇପାରନ୍ତି। ହୃଦୟବାନ୍‌ ହେବେ। ଭାଗ୍ୟଶାଳୀ ଓ ପୁତ୍ରବାନ୍‌ ହେବେ।
କନ୍ୟା:  ଆଳସ୍ୟ ପରାୟଣ ହୋଇପାରନ୍ତି। ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବସମ୍ପନ୍ନ ହେବେ। ଧନଲାଭରୁ ବଞ୍ଚିତ ହୋଇପାରନ୍ତି। ଆୟୁଷ୍ମାନ୍‌ ହେବେ। ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ହେବେ।
ତୁଳା : ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ। ରୂପବାନ୍‌ ହେବେ। ଧୈର୍ଯ୍ୟବାନ୍‌ ଓ ସ୍ତ୍ରୀ ପ୍ରେମୀ ହେବେ।
ବିଛା : ଶତ୍ରୁ ନାଶ କରି ଆଶ୍ବସ୍ତ ହେବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଉଦାର ସ୍ବଭାବସମ୍ପନ୍ନ ହେବେ। ଜଣେ ବିବେକୀ ଓ ପ୍ରତାପୀ ବ୍ୟକ୍ତି ହୋଇପାରନ୍ତି।
ଧନୁ: ଉତ୍ତମ ମିତ୍ର ଓ ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦିରେ ପଟୁ ହୋଇପାରନ୍ତି। ଧନବାନ୍‌ ହେବେ। ଯାନବାହନଯୁକ୍ତ ହେବେ। ଉତ୍ତମ ବଚନାଦିରେ ପଟୁ ହେବେ। ଲୋକପ୍ରିୟ ହେବେ। ଆଧ୍ୟାତ୍ମବାଦୀ ହେବେ।
ମକର: ସମ୍ମାନିତ ହେବେ। ଧନବାନ୍‌ ହୋଇପାରନ୍ତି। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। ଉଦ୍ୟୋଗୀ ହେବେ। ପିତାମାତାଙ୍କ ଆଜ୍ଞାପାଳନକାରୀ ହେବେ। ଲାଭବାନ୍‌ ହେବେ।
କୁମ୍ଭ : ରାଜ୍ୟ ପୂଜ୍ୟ ହୋଇପାରନ୍ତି। ଆସ୍ତିକ ହେବେ। ପରୋପକାରୀ ହୋଇପାରନ୍ତି। ନିଜ ଧନକୁ କେବେ ଅନୁଚିତ କାର୍ଯ୍ୟରେ ବ୍ୟୟ କରିବେ ନାହିଁ। ଭ୍ରମଣ ପ୍ରିୟ ହେବେ। ଅନ୍ୟ ରାଜ୍ୟରେ ପୂଜିତ ହେବେ।
ମୀନ : ହର୍ଷମୁଖ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ବହୁ ମୁକ୍ତାର ଅଧିକାରୀ ହୋଇପାରନ୍ତି। ମାତ୍ର ବୃଦ୍ଧ ବ୍ୟକ୍ତି ଧନହୀନ ହେବେ। ସ୍ବାଭିମାନୀ ହେବେ। କର୍ମପରାୟଣ ହୋଇପାରନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories