www.samajalive.in
Friday, December 5, 2025
27.1 C
Bhubaneswar

ପଞ୍ଜୀକରଣ ସାର୍ଟିଫିକେଟ ବିନା ହିନ୍ଦୁ ବିବାହ ବୈଧ

ପ୍ରୟାଗରାଜ : ପଞ୍ଜୀକରଣ ସାର୍ଟିଫିକେଟ ନଥିଲେ ସୁଦ୍ଧା ହିନ୍ଦୁ ସଂପ୍ରଦାୟର ବିବାହକୁ ବୈଧ ବିବେଚନା କରାଯିବ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ହିନ୍ଦୁ ବିବାହ ଆଇନ ୧୯୫୫ ଅନୁଯାୟୀ କେବଳ ପରମ୍ପରା ଓ ବିଧିକୁ ଆଧାର କରି ବିବାହ ସମ୍ପନ୍ନ ହୋଇଥାଏ। ତେଣୁ ବିବାହ ପଞ୍ଜୀକରଣ ସାର୍ଟଫିକେଟ ଜରୁରୀ ନୁହେଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ବିବାହ ପଞ୍ଜୀକରଣ ସାର୍ଟିଫିକେଟ ନଥିବାରୁ ତାଙ୍କର ବିବାହକୁ ବୈଧ ବିବେଚନା କରାଯାଇପାରିବନି ବୋଲି ଯୁକ୍ତି ଦର୍ଶାଇ ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। ତେବେ ଜଷ୍ଟିସ ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ବେଳେ ହିନ୍ଦୁ ବିବାହ ଆଇନର ଧାରା ୮କୁ ଉଲ୍ଲେଖ କରିଥିଲେ। ଜଷ୍ଟିସ କୁମାର କହିଥିଲେ ଯେ ବିବାହ ପଞ୍ଜୀକରଣର ଗୁରୁତ୍ବ ରହିଛି, ତେବେ ଏହା ବାଧ୍ୟତାମୂଳକ ନୁହେଁ। ତେଣୁ ପଞ୍ଜୀକରଣ ସାର୍ଟିଫିକେଟ ନଥିଲେ ବିବାହକୁ ଅବୈଧ ​‌େ​‌ଘାଷଣା କରାଯାଇପାରିବନି। ଖଣ୍ଡପୀଠ ଏହି ମର୍ମରେ କହିଛନ୍ତି ଯେ ପାରମ୍ପରିକ ରୀତିନୀତି ଯଥା ସପ୍ତପଦୀ (ଅଗ୍ନିିକୁ ସାକ୍ଷୀ ରଖି ସାତଥର ପ୍ରଦକ୍ଷିଣ)କୁ ଆଧାର କରି ହିନ୍ଦୁ ଧର୍ମର ବିବାହ ସମ୍ପନ୍ନ ହୋଇଥାଏ। ତେଣୁ ବିବାହ ସାର୍ଟିଫିକେଟ କେବଳ ଏକ ପ୍ରମାଣ କିନ୍ତୁ ବୈଧତାର ମାପକାଠି ନୁହେଁ। ଲକ୍ଷାଧିକ ହିନ୍ଦୁ ଦମ୍ପତିଙ୍କର ବିବାହ ପଞ୍ଜିକୃତ ହୋଇନଥିବାବେଳେ ସେମାନଙ୍କର ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲୁଛି। ହିନ୍ଦୁ ବିବାହର ପବିତ୍ରତା କେବଳ ପରମ୍ପରା ଓ ବିଶ୍ବାସ ଉପରେ ଆଧାରିତ ବୋଲି ଖଣ୍ଡପୀଠ କହିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories