www.samajalive.in
Wednesday, December 10, 2025
18.1 C
Bhubaneswar

ଧଳାପଥର ଗାଁ ମିଛପଣ୍ଡା ସାହିର ଏକ ଘରେ ପୁଲିସର ଚଢ଼ାଉ , ରାଣୀ ମହୁମାଛି ଗିରଫ

କଳାପଥର:  ପୁରୀ ଜିଲ୍ଲା କୋଣାର୍କ ପୁଲିସ  , ଧଳାପଥର ଫାଣ୍ଡି ପୁଲିସର ମିଳିତ ଉଦ୍ୟମରେ ବହୁଦିନ ଧରି ଚାଲିଥିବା ଦେହ କାରବାରରେ ଧଳାପଥର ଗାଁ ମିଛପଣ୍ଡା ସାହିର ଏକ  ଘରକୁ ଚଢ଼ାଉ କରିଥିଲା । . ଦେହଜିବୀ ଓ ଜଣେ ଗ୍ରାହକକୁ କୋଣାର୍କ ପୁଲିସ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି । ଅଟକ ମହିଳା ଜଣଙ୍କ ପୂର୍ବରୁ ଗିରଫ ହୋଇଥିଲା ବେଳେ ରାଣୀ ମହୁମାଛି ନାମରେ ଭୁବନେଶ୍ୱର, କଟକ, ପୁରୀ ଆଦି ଥାନାରେ ଦେହ ବ୍ୟବସାୟ ଚଳାଇବା ନେଇ ମାମଲା ରହିଛି । ସେପଟେ ଗତ କିଛି ଦିନ ତଳେ ଏହି ଘରେ ଏବଂ ଧଳାପଥର ଗ୍ରାମ ମଶାଣି ଭୂଇଁ ରେ ଦେହ ବ୍ୟବସାୟ ଚାଲୁଥିଲା ବେଳେ ରେଡ ହ୍ୟାଣ୍ଡରେ କଟକ ଜିଲ୍ଲା ବୈଦ୍ୟେଶ୍ୱର ପୁଲିସ ଦୁଇ ଯୁବତୀ ସହ ଗ୍ରାହକ ଏବଂ ଦଲାଲ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି ବାଙ୍କୀ କୋର୍ଟ ଚାଲାଣ କରି ଥିଲେ । ଫାଣ୍ଡି ଠାରୁ ଦୁଇ ସହ ମିଟର ହୋଇଥିବା ମିଛ ପଣ୍ଡା ସାହିରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଫାଣ୍ଡି ଅଧିକାରୀ ଶୁଶାନ୍ତ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ  , ସେ କହିଲେ ମୋ ପାଖରେ କିଛି ସେମିତି ଖବର ନାହିଁ । ଗ୍ରାମାଞ୍ଚଳରେ ଏହି ଦେହ ବ୍ୟବସାୟ ବନ୍ଦ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳବାସୀ ଦାବୀ କରିଛନ୍ତି ।.

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories