www.samajalive.in
Friday, December 5, 2025
23.1 C
Bhubaneswar

ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଅଧିକ-ରାହୁଲ

ନୂଆଦିଲ୍ଲୀ/ଭୁବନେଶ୍ବର : ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଦାୟିତ୍ବର ସହିତ ନିର୍ବାହ କରିବା ନିଶ୍ଚିତ ଭାବେ ଏକ ଆହ୍ବାନପୂର୍ଣ କାମ: କିନ୍ତୁ ଓଡ଼ିଶା ସମେତ ପଞ୍ଜାବ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡରେ କଂଗ୍ରେସ ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ପଡ଼ିବ । ଏଥିପାଇଁ ନେତା ଓ କର୍ମୀ ସମସ୍ତେ ଏକତ୍ର ହୋଇ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ । ବିଶେଷ କରି ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଅଧିକ ରହିଛି ବୋଲି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଖଣ୍ଡ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ପଞ୍ଜାବ, ଉତ୍ତରାଖଣ୍ଡ ପାଇଁ ଅଖୂଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଭବନରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସୃଜନ ଅଭିଯାନ ବୈଠକରେ ରାହୁଲ କହିଥିଲେ, ଓଡ଼ିଶା ଅଧିକ ସମ୍ଭାବନା ଥିବାରୁ ଏଆଇସିସି ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଛି। ଆଗକୁ ପଞ୍ଚାଯତ ଥିବାରୁ ଓଡ଼ିଶା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ପଞ୍ଚାୟତ ନିର୍ବାଚନରେ ଦଳ କିପରି ସଙ୍ଗଠନକୁ ସଜାଡ଼ି ଉନ୍ନ‌ତ ପ୍ରଦର୍ଶନ କରିବ ସେଥ‌ିପ୍ରତି ତୃଣମୂଳସ୍ତରରୁ କାମ କରିବାକୁ ପଡ଼ିବ ।

ଦଳ ପ୍ରତି ଆନୁଗତ୍ୟ ଥିବା ସୁସଙ୍ଗଠକ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରୁଥିବା ନେତାଙ୍କୁ ଜିଲା ସଭାପତି ଭାବେ ମନୋନୟନ କରାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ୨୪ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଛି। ସେଠାରେ ବିଜେପି ସରକାର ଶାସନ କରୁଥିଲେ ବି ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଅଛି ବୋଲି ଏଆଇସିସି ସଭାପତି ଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଗଠନ ସୃଜନର ଲକ୍ଷ କ’ଣ ରହିଛି ଏବଂ ଏହାକୁ କିପରି ଭାବେ ସୁଚାରୁରୂପେ ନିର୍ବାହ କରାଯାଇ ପାରିବ ସେ ଦିଗରେ ସାଧାରଣ ସମ୍ପାଦକ ଶ୍ରୀ ଭେନୁଗୋପାଳ ଚାରୋଟି ରାଜ୍ୟର ସଭାପତି, ପ୍ରଭାରୀଙ୍କୁ ପରାମର୍ଶ ଦେଇଥିଲେ। ୪୦ମିନିଟ ଧରି ସଙ୍ଗଠନ ସୃଜନ ପାୱାର ପ୍ରେଜେଣ୍ଟେସନ ଚାଲିଥିବାବେଳେ ପର୍ଯ୍ୟବେକ୍ଷକଙ୍କୁ କିପରି ଜିଲାସ୍ତରରେ ରିପୋର୍ଟି ଖଡଗେ କହିଛନ୍ତି । ବୈଠକରେ ଏଆଇସିସିର ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି ଭେନୁଗୋପାଳଙ୍କ ସହିତ ଉପରୋକ୍ତ ରାଜ୍ୟଗୁଡ଼ିକର ପ୍ରଭାରୀ, ସଭାପତି, ସହ-ପ୍ରଭାରୀ, କଂଗ୍ରେସ ବିଧାୟକ ଦଳ ନେତା ଏବଂ ପର୍ଯ୍ୟବେକ୍ଷକ ଯୋଗଦେଇଥିଲେ। ଓଡ଼ିଶାରୁ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ ଲବ୍ଧ, କଂଗ୍ରେସ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କରା‌ଯିବ, ତାଲିକା ପ୍ରସ୍ତୁତି, ବ୍ଳକସ୍ତରରେ ରିପୋର୍ଟି କରି କର୍ମକର୍ତ୍ତାଙ୍କ ସହିତ ବୈଠକ କରାଯିବ ସେ ବିଷୟରେ ବିସ୍ତୃତ ) ମାର୍ଗଦର୍ଶନ କରିଥିଲେ।

- Advertisement -

ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ଓଡ଼ିଶା ପ୍ରତି ଶ୍ରୀ ଖଡଗେ, ରାହୁଲ ଏବଂ କେ.ସି ଭେନୁଗୋପାଳ ଅଧ‌ିକ ଗୁରୁତ୍ୱ ଦେଉଛନ୍ତି । ସୃଜନ କାର୍ଯ୍ୟକ୍ରମ ସଫଳ ହେଲେ ଆଗାମୀ ଦିନରେ ଦଳକୁ ଅଧିକ ଫାଇଦା ମିଳିବ। ସେପ୍ଟେମ୍ବର ୨ରେ ଓଡ଼ିଶା ପାଇଁ ନିଯୁକ୍ତ ହୋଇଥିବା ୩୫ଜଣ ପର୍ଯ୍ୟବେକ୍ଷକ ଓଡ଼ିଶା ଆସିବେ । ସେମାନଙ୍କ ସହିତ ପିସିସି ସଭାପତିଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ସହକାରୀ ପର୍ଯ୍ୟବେକ୍ଷକମାନେ ଜିଲା ଗସ୍ତ କରିବେ । ଜିଲା ଏବଂ ବ୍ଲକରେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ପାଖରୁ ମତାମତ ଲୋଡ଼ିବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜିଲା ଗସ୍ତ ସାରି ଦୁଇ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୧୪ ସୁଦ୍ଧା ଏଆଇସିସିକୁ ଜିଲା ସଭାପତିଙ୍କ ନାମ ତାଲିକା ଦେବେ। ଏହି ତାଲିକାରେ ୬ଜଣଙ୍କ ନାମ ପର୍ଯ୍ୟବେକ୍ଷକ ଏଆଇସିସିକୁ ସୁପାରିସ କରିବେ। ଏଥିରେ ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଏବଂ ସାଧାରଣ ବର୍ଗର ପ୍ରାର୍ଥୀ ସ୍ଥାନ ପାଇବେ। ରାଜ୍ୟର ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ରଣନୀତି ସମ୍ପର୍କରେ ବୈଠକରେ ମାନସ ମନ୍ଥନ କରାଯାଇଥିଲା।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories