www.samajalive.in
Friday, December 5, 2025
23.1 C
Bhubaneswar

ଧାମରାକୁ ଏନଏସି ଘୋଷଣା କରିବାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ 

ଧାମରା : ୨୦୨୪ ମାର୍ଚ୍ଚ ମାସରେ ଭଦ୍ରକ ଜିଲ୍ଲାର ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା କରାଯାଇଥିଲା। ମାତ୍ର ଗତ ଅଗଷ୍ଟ ୧୭ ତାରିଖରେ ରାଜ୍ୟରେ ୧୨ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ ଗଠନ କରାଯାଇଛି ଏବଂ ଏ ନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠାବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଧାମରାକୁ ବାଦ ଦିଆଯାଇଛି। କେଉଁ ପରିସ୍ଥିତିରେ ଧାମରା ଅଂଚଳ ଜନସାଧାରଣ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଧାମରାକୁ ଏହି ବିଜ୍ଞପ୍ତିରୁ ବାଦ ଦିଆଗଲା ସେ ନେଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଧାମରାଇ ମନ୍ଦିର ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର ପୌରୋହିତ୍ୟ କରିଥିବା ବେଳେ ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଜାଗୁଳା ପଂଚାୟତର ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, ଦୋସିଙ୍ଗା ପଂଚାୟତ ସୁରେନ୍ଦ୍ର ଜେନା, ନରେନ୍ଦ୍ର ମାଇତି, ପ୍ରଭୁରାମ ଦାସ, ସାଧନ ବେରା, ଧାମରା ପଂଚାୟତର ଦେବାଶିଷ ନାୟକ, ଶରତ ଦଳେଇ, ଜାଗୁଳା ପଂଚାୟତର ଉମେଶ ମହାକୁଡ, ତାରାକାନ୍ତ ସେଠୀ, ମହେଶ୍ୱର ମଲିକ, ଦେବବ୍ରତ ଜତି, କଇଥଖୋଲା ପଂଚାୟତର ଅମୀୟ କୁମାର ମହାପାତ୍ର, ରାଜକିଶୋର ଦିନ୍ଦା ପ୍ରମୁଖ ଉପସ୍ଥିତ ରହିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଧାମରାକୁ ଏକ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା କରିବାକୁ ଦାବୀ କରିଛନ୍ତି । ଏଥିସହ ଧାମରା ଭାରତର ଦ୍ୱିତୀୟ ବୃହତମ ବନ୍ଦରର ମାନ୍ୟତା ପାଇଛି ତୁରନ୍ତ ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ମାନ୍ୟତା ଦିଆ ନଗଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବା ସହ ଏଥିପାଇଁ ବିଜେପି ସରକାର ଦାୟୀ ରହିବ ବୋଲି ମତ ପ୍ରକାଶ ପାଇଥିଲା ।
ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ଧାମରା, ଜାଗୁଳା, ଦୋସିଙ୍ଗା ପଂଚାୟତର ୨୫ଟି ରାଜସ୍ୱ ଗ୍ରାମ ଏବଂ ୧୫ରୁ ଅଧିକ ପଡା ଗ୍ରାମ ସହ କଇଥଖୋଲା ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ୧୦ଟି ପଡା ଗ୍ରାମକୁ ନେଇ ଏହି ବିଜ୍ଞାପିତ ଅଂଚଳ ଘୋଷଣା କରାଯାଇଥିଲା ଏଥିସହ ୩ଟି ପଂଚାୟତର ୨୦ହଜାର ଏକର ଏବଂ କଇଥଖୋଲା ପଂଚାୟତ ତଥା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ୬ହଜାର ଏକର ଜମି ଏବଂ ଧାମରା ବନ୍ଦର ଉପରେ ଏହି ସର୍ଭେ ୨୦୨୧ ମସିହାରେ ହେବା ସହ ଏହାର ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଦିଆଯିବା ପରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories