www.samajalive.in
Friday, December 5, 2025
27.1 C
Bhubaneswar

ପୁରୀରୁ ହଜିଯିବ ବିଶ୍ଵକବିଙ୍କ ସ୍ମୃତି

ପୁରୀ: ମାଟିରେ ମିଶିବାକୁ ଯାଉଛି ଐତିହ୍ୟ ସହର ପୁରୀ ସ୍ଥିତ ବିଶ୍ଵକବି ରବୀନ୍ଦ୍ରନାଥ ଠାକୁରଙ୍କ ଏକମାତ୍ର ସ୍ମୃତି ପାଥେର ପୁରୀ। ଏହି ଘରେ ବସି ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର ଅନେକ କାଳଜୟୀ କବିତା ରଚନା କରିଥିଲେ। ଯାହା ତାଙ୍କୁ ଚିର ସ୍ମରଣୀୟ କରି ରଖିଛି। ପୁରୀ ବାଙ୍କୀ ମୁହାଣ ନିକଟ ଚକ୍ରତୀର୍ଥ ରୋଡରେ ରହିଛି ପାଥେର ପୁରୀ ଛାତ୍ରାବାସ। ସମୁଦ୍ର କୂଳ ପାଖରେ ଥିବା ଏହି କୋଠା ବିଶ୍ଵକବିଙ୍କ ନିଜ ବାସଭବନ। ଏହି ଜମି ଏବେ ରାଜ୍ୟ ସରକାରଙ୍କ ନାଁରେ ରହିଛି। ବିଶ୍ଵ କବି ରବୀନ୍ଦ୍ରନାଥ ତାଙ୍କର ଏହି ବାସଭବନକୁ ମୃତ୍ୟୁ ପୂର୍ବରୁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ରାବାସ ପାଇଁ ଦାନ କରିଥିଲେ। ୧୯୪୫ ରୁ ୨୦୧୬ ପର୍ଯ୍ୟନ୍ତ ସେଠାରେ ଛାତ୍ରାବାସ ଚାଲିଥିଲା। ୧୯୯୫ ମସିହାରେ କଲେଜ କର୍ତ୍ତୃପକ୍ଷ ସେଠାରେ ଛାତ୍ରାବାସର ସୁବର୍ଣ୍ଣ ଜୟନ୍ତୀ  ପାଳନ କରିଥିଲେ। କିନ୍ତୁ ଏବେ ଏହା ମରାମତି ଅଭାବରୁ ମାଟିରେ ମିଶିବାକୁ ଯାଉଛି। ଏହି ଐୗତିହ୍ୟର ସୁରକ୍ଷା ପ୍ରତି ରାଜ୍ୟ ସରକାର ମଧ୍ୟ ଆଖି ବୁଜି ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଐୗତିହ୍ୟ ପାଥେରପୁରୀ ଛାତ୍ରାବାସ କୋଠାର ପୁନରୁଦ୍ଧାର କରିବାକୁ ଦାବି ହେଉଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories