www.samajalive.in
Friday, December 5, 2025
27.1 C
Bhubaneswar

ସୋମବାର ରାଶିଫଳ: ଧନାଗମ ହେବ, ସୁଖୀ ହେବେ

ମେଷ: ଧନଶାଳୀ ହେବେ। ଲୋକପୂଜ୍ୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ପରୋପକାର ଓ ଜନସେବାରେ ନିଜକୁ ସାମିଲ କରିବେ।

ବୃଷ: ଦେବ କାର୍ଯ୍ୟ ସମ୍ପାଦନ କରିବେ। ସତ୍‌ଚରିତ୍ରସମ୍ପନ୍ନ ହେବେ। ବିଚିତ୍ର ବସନା ହେବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି। ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ସାହସୀ ଓ ଜ୍ଞାନୀ ହେବେ।

- Advertisement -

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଲାଭବାନ୍‌ ହେବେ। ଅନାବିଳ ପତ୍ନୀ ପ୍ରୀତି ଅକ୍ଷୁଣ୍ଣ ରହିବ। ଧନାଗମ ହେବ। ନବ ବସ୍ତ୍ର ପରିଧାନ କରିପାରନ୍ତି। ପୁଷ୍ପ ଭରଣ ହେବେ। ସୁଖୀ ହେବେ। ଦାନ କରି ପ୍ରସିଦ୍ଧି ଲାଭ କରିବେ।

କର୍କଟ: ବୃକ୍ଷାଦି ରୋପଣ କରି ଭବିଷ୍ୟତରେ ଅର୍ଥାଗମର ମାର୍ଗ ଉନ୍ମୁକ୍ତ କରିବେ। ପାଣି ଘାଟ ନିଲାମ ନେଇ ଲାଭବାନ୍‌ ହେବେ। ପାନୀୟ ଜଳ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। କ୍ଲାନ୍ତ ହୋଇପାରନ୍ତି।

ସିଂହ: ସ୍ବଧର୍ମ କ୍ରିୟା ସମ୍ପାଦନ କରିବେ। ସର୍ବଧର୍ମ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। ତୀର୍ଥ ସେବା ପ୍ରତି ମନ ଦେଇପାରନ୍ତି। ବିନୟ ଭାବ ସମ୍ପନ୍ନ ହେବେ। ଅଜାତ ଶତ୍ରୁ ହୋଇପାରନ୍ତି। କର୍ମଠ ହେବେ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀ ସାହାଯ୍ୟକାରିଣୀ ହେବେ। ସେ ଆପଣଙ୍କ ସ୍ବାସ୍ଥ୍ୟସେବାରେ ପ୍ରମୁଖ ଭାର ଗ୍ରହଣ କରିବେ। ନିଜକୁ ଖୁବ୍‌ ଜଗି ରଖି ଚଳିବାକୁ ପଡ଼ିବ। ଖାଦ୍ୟ ପେୟରେ ରୁଚି ଅରୁଚି ସବୁ ଚଳାଇ ନେବେ।

ତୁଳା: ପତ୍ନୀ ଗୁଣବତୀ ହେବେ। ବିବିଧ ଗୁଣର ଅଧିକାରୀ ହୋଇପାରନ୍ତି। ପଦାର୍ଥ ପ୍ରିୟା ହେବାର ସୂଚନା ମିଳୁଛି। ବିନୀତା ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଧର୍ମଯୁକ୍ତା ଓ ପୁତ୍ର ସୁଖ ପ୍ରାପ୍ତିର ସୂଚନା ମିଳୁଛି।

ବିଛା: ଚୋରମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। କର୍ତ୍ତବ୍ୟ ସମ୍ପାଦନରେ ଅଗ୍ରଗଣ୍ୟ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଯୁଗ୍ମ ବ୍ୟବସାୟ ଲାଭଦାୟକ ହୋଇପାରେ। ସଜ୍ଜନ ସନ୍ତୋଷୀ ହେବେ।

ଧନୁ: ପୁତ୍ର ବଂଶ ମର୍ଯ୍ୟାଦା ରକ୍ଷା କରିବ। ସତ୍‌ଚରିତ୍ରସମ୍ପନ୍ନ ହୋଇପାରନ୍ତି। ଶତ୍ରୁହନ୍ତା ହେବାର ସୂଚନା ମିଳୁଛି। ସେବା ପ୍ରିୟ ହେବେ। ମାନସମ୍ମାନ ଯୁକ୍ତ ହେବେ। ଜନସାଧାରଣଙ୍କ ସ୍ବାର୍ଥ ସାଧନ କରିପାରନ୍ତି।

ମକର: ଜଳାଶୟାଦିରୁ କୃଷି କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ସିଦ୍ଧହସ୍ତ ହେବେ। ପିତୃ ସେବାକୁ ସର୍ବାଦୌ ପ୍ରାଧାନ୍ୟ ଦେଇପାରନ୍ତି। ସହନଶୀଳ ମନୋଭାବ ନେଇ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବେ।

କୁମ୍ଭ: କ୍ଷମାଶୀଳ ହୋଇପାରନ୍ତି। ପରୋପକାରୀ ଓ ଜ୍ଞାନୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ଜଣେ ସୁଶୀଳ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦର ପାଇବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ।

ମୀନ: ବହୁ ଉପାୟରେ ଧନ ସଂଗ୍ରହ କରି କର୍ମସଂସ୍ଥାନକୁ ଉଦ୍‌ଜୀବିତ ରଖିବେ। ଉପବାସାଦି ଧର୍ମକ୍ରିୟାରେ ଧନ ସଞ୍ଚୟ କରିପାରନ୍ତି। ବିଦ୍ୟା ପ୍ରଭାବରେ ଧନ ଅର୍ଜନ କରି ଆତ୍ମସନ୍ତୋଷ ଲାଭ କରିବେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories