www.samajalive.in
Monday, December 8, 2025
14.1 C
Bhubaneswar

ବେଙ୍ଗାଲୁରୁ ମ୍ୟାଚ୍‌ ନବି ମୁମ୍ବଇକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଆଇସିସି ମହିଳା ଦିନିିକିଆ କ୍ରିକେଟ ବିଶ୍ବକପ ଆସନ୍ତା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ। ପୂର୍ବରୁ ଘୋଷିତ ଭେନ୍ୟୁରେ ମାତ୍ର ଗୋଟିଏ ପରିବର୍ତ୍ତନ କରାଯାଇଛି। ବେଙ୍ଗାଲୁରୁ ଭେନ୍ୟୁକୁ ବାଦ୍‌ ଦିଆଯାଇଛି। ବେଙ୍ଗାଲୁରୁ ବଦଳରେ ଉକ୍ତ ମ୍ୟାଚ ନବି ମୁମ୍ବଇରେ ଖେଳାଯିବ। ଏ ନେଇ ଶୁକ୍ରବାର ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ନଭେମ୍ବର ୨ରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଫାଇନାଲକୁ ନବି ମୁମ୍ବଇର ଡ. ଡି ୱାଇ ପାଟିଲ ଷ୍ଟାଡ଼ିୟମକୁ ସ୍ଥାନାନ୍ତରିତ କରାଯାଇଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ-୨୦୨୫ ଚମ୍ପିଆନ ହେବା ପରେ ଗତ ଜୁନ୍‌ ୪ରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ବିଜୟ ଉତ୍ସବ ଅବସରରେ ଦଳାଚକଟା ହୋଇଥିଲା। ଏଥିରେ ୧୧ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଚିନ୍ନାସ୍ବାମୀ ଷ୍ଟାଡ଼ିୟମର ସୁରକ୍ଷା ବ୍ୟବସ୍ଥା ଓ ଉକ୍ତ ଦଳାଚକଟା ଘଟଣା ପରେ ଏଠାରୁ ମହିଳା ଦିନିକିଆ ବିଶ୍ବକପ ଭେନ୍ୟୁକୁ ସ୍ଥାନାନ୍ତରିତ କରି ଦିଆଯାଇଛି। ୧୨ ବର୍ଷ ପରେ ଭାରତକୁ ଆଇସିସି ମହିଳା ଦିିନିକିଆ ବିଶ୍ବକପ ଆସିଛି।
ଏହାକୁ ସଫଳ ଆୟୋଜନ ନେଇ ବିସିସିଆଇ ଓ ଆଇସିସି ତତ୍ପର ବୋଲି ଆଇସିସି ଅଧ୍ୟକ୍ଷ ଜୟ ଶାହ କହିଛନ୍ତି। ମ୍ୟାଚ ଗୁୂଡ଼ିକ ଭାରତର ଗୌହ୍ବାଟୀ, ଇନ୍ଦୋର,ବିଶାଖାପାଟଣା ଓ ନବି ମୁମ୍ବଇ ସମେତ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ। ହାଇବ୍ରିଡ ମଡେଲ ଅନୁଯାୟୀ ପାକିସ୍ତାନ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ। ସେମିଫାଇନାଲ ଅକ୍ଟୋବର ୨୯ ଓ ୩୦ରେ ଗୌହ୍ବାଟୀ ଓ ନବି ମୁମ୍ବଇରେ ଖେଳାଯିବାକୁ ସ୍ଥିର ହୋଇଛି। ପାକିସ୍ତାନ ଯଦି ସେମିଫାଇନାଲକୁ ଯାଏ ତେବେ ଗୋଟିଏ ସେମିଫାଇନାଲ କଲମ୍ବୋକୁ ସ୍ଥାନାନ୍ତରିତ ହେବ। ଅନ୍ୟପକ୍ଷରେ ଫାଇନାଲ ନବି ମୁମ୍ବଇରେ ଖେଳାଯିବାକୁ ସ୍ଥିର ହୋଇଛି। ପାକିସ୍ତାନ ଯଦି ଫାଇନାଲକୁ ଯାଏ ଫାଇନାଲ ନବି ମୁମ୍ବଇ ବଦଳରେ କଲମ୍ବୋରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ଜାଣନ୍ତୁ.. ସେପ୍ଟେମ୍ବର ୭ର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାହିଁକି ଖାସ୍‌ : ଏହି ୪ ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ,ହେବେ ଧନୀ, ମିଳିବ ଏସବୁ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories