www.samajalive.in
Monday, December 8, 2025
13.1 C
Bhubaneswar

ବୁଲା କୁକୁର ମାମଲା ; ଆସିଲା ‘ସୁପ୍ରିମ’ଙ୍କ ବଡ ରାୟ

ନୂଆଦିଲ୍ଲୀ : ବୁଲା କୁକୁର ମାମଲାରେ ଶୁକ୍ରବାର ଆସିଲା ସୁପ୍ରିମଙ୍କ ବଡ ରାୟ। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲଗାଯିବ ରୋକ୍‌। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ। ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍‌ରେ ରଖାଯିବ। ସାରା ଦେଶରେ ଲାଗୁ ହେବ ଗୋଟିଏ ନିୟମ। ଏନେଇ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀରେ ଗତ କିଛି ଦିନରେ ବୁଲା କୁୁକୁର ମାମଲା ବେଶ ହଇଚଇ ସହ ସରଗରମ ରହିଛି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ବେଳେ ସର୍ବୋଚ୍ଚନ୍ୟାୟାଳୟରେ ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରେ ସମସ୍ତ ରାଜ୍ୟକୁ ନୋଟିିସ୍‌ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କୁକୁରଙ୍କୁ ପ୍ରଥମେ ବନ୍ଧ୍ୟାକରଣ କରାଯାଇ ପରେ ମୁକ୍ତ ଭାବରେ ଛଡାଯିବା ଉଚିତ୍‌। ଆଶ୍ରୟ ଘରେ ଥିବା କୁକୁରଙ୍କୁ ଇଞ୍ଜେକ୍‌ସନ୍‌ ଦେବା ପରେ ସେମାନଙ୍କୁ ମଧ୍ୟ ଛଡାଯିବ। କୁକୁରଙ୍କୁ ଉଦ୍ଧାରକାରୀ ଟିମ୍‌ଙ୍କ କାର୍ଯ୍ୟରେ ବାଧା ଦେଲେ କିମ୍ବା ଅଟକାଇଲେ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -

ଦିଲ୍ଲୀ ଏନସିଆରରେ ବୁଲା କୁକୁର ମାମଲାରେ ସୁପ୍ରିମକୋର୍ଟ ଏହି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଅଗଷ୍ଟ ୧୧ ତାରିଖରେ ଦେଇଥିବା ତାଙ୍କ ନିର୍ଦ୍ଦେଶରେ ସଂଶୋଧନ କରି କହିଛନ୍ତି ଯେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ସେହି ଅଞ୍ଚଳରେ ପୁଣି ଛାଡି ଦିଆଯିବ। କୋର୍ଟ କହିଛନ୍ତି ଯେ ଆମେ ଏହି ମାମଲାରେ ସମଗ୍ର ଦେଶକୁ ଧ୍ୟାନରେ ରଖିଛୁ। ନିଷ୍ପତ୍ତି ପରେ, କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ।

୩୦ ଅଗଷ୍ଟରେ ମହାସଂଯୋଗ: ଏକାଠି ହେବେ ବୁଧ, ସୂର୍ଯ୍ୟ, କେତୁ, ଏହି ୩ ରାଶିଙ୍କ ଭାଗ୍ୟରେ କ’ଣ ଘଟିବ ଜାଣନ୍ତୁ..

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories