www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀରେ ଟ୍ରିପଲ ମର୍ଡର, ମା’-ବାପା ଓ ଭାଇକୁ ଗଳାକାଟି ହତ୍ୟା କଲା ସାନ ପୁଅ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଟ୍ରିପଲ ମର୍ଡର ଘଟିଛି। ଜଣେ ଦମ୍ପତି ଏବଂ ତାଙ୍କ ବଡ଼ ପୁଅକୁ ଦୁର୍ବୃତ୍ତମାନେ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ସାନ ପୁଅ ନିଖୋଜ ଥିବାରୁ ସେ ହିଁ ହତ୍ୟାକାରୀ ବୋଲି ପୁଲିସ ସନ୍ଦେହ କରୁଛି। ଦକ୍ଷିଣ ଦିଲ୍ଲୀର ସାତବାରି ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଛନ୍ତି ପ୍ରେମ ସିଂହ(୪୫), ତାଙ୍କ ପତ୍ନୀ ରଜନୀ(୪୦) ଏବଂ ବଡ଼ ପୁଅ ରିତିକ(୨୪)। ସାନପୁଅ ସିଦ୍ଧାର୍ଥ(୨୨) ନିଖୋଜ ଥିବାରୁ ସେ ହିଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି।

- Advertisement -

ପୁଲିସ ସୂଚନା ଅନୁସାରେ, ମଇଦାନ ଗଢ଼ି ଥାନାକୁ ଏକ ଫୋନ ଆସିଥିଲା। ଉକ୍ତ ଗାଁରେ ଏକ ଘର ଭିତରୁ ବାହାରକୁ ରକ୍ତ ବହି ଆସିଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ତଳ ମହଲାରେ ୨ଟି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବାବେଳେ ପ୍ରଥମ ମହଲାରେ ଗୋଟିଏ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଫୋରେନସିକ ଟିମ୍ ପହଞ୍ଚି ତଦନ୍ତ କରିଛି। ୩ ଜଣଙ୍କୁ ଛୁରି ଦ୍ଵାରା ଏକାଧିକ ଥର ଗଳାକାଟି ହତ୍ୟା କରାଯାଇଛି। ପାରପାର୍ଶ୍ବିକ ସ୍ଥିତି ଏବଂ ହସ୍ତଗତ କିଛି ପ୍ରମାଣରୁ ସାନ ପୁଅ ହିଁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ କହିଛି। ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories