www.samajalive.in
Sunday, December 7, 2025
13.1 C
Bhubaneswar

ଏସ୍‌ସିବିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ : ଆଜି ହେବ ଅସ୍ତ୍ରୋପଚାର

କଟକ : କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ତ୍ରୀ ପ୍ରିୟଙ୍କା ମାର୍ଣ୍ଡି ଚିକିତ୍ସିତ ହେଉଛନ୍ତି। ଘରୋଇ ଡାକ୍ତରଖାନା ନଯାଇ ରାଜ୍ୟର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ, ଏ ନେଇ ୧୦ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଆଜି ଶଲ୍ୟ ଚିକିତ୍ସା ବିଭାଗରେ ପ୍ରିୟଙ୍କାଙ୍କ ସିଷ୍ଟ ଅସ୍ତ୍ରୋପଚାର କରାଯିବ। ବୁଧବାର ଡାକ୍ତରୀ ଦଳ ଶ୍ରୀମତୀ ମାର୍ଣ୍ଡିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ସର୍ଜରୀ ବିଭାଗ ପ୍ରଫେସର ଏଲ.ଭି. ଗୌରୀଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯିବ। ତାଙ୍କୁ ପ୍ରଫେସର ଡାକ୍ତର ଜୟନ୍ତ ବିଶ୍ବାଳ ଗାଇଡ୍‌ କରିବେ। ଏହି ଦଳରେ ମେଡିସିନ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ, ପଲମୁନାରି ମେଡିସିନ, ନିଶ୍ଚେତକ, ଏଣ୍ଡୋକ୍ରାଇନୋଲଜି, କାର୍ଡିଓଲଜି ବିଭାଗର ଡାକ୍ତର ସାମିଲ ହୋଇଛନ୍ତି। ଅସ୍ତ୍ରୋପଚାର ପୂର୍ବରୁ ସମସ୍ତ ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ସ୍ବଭାବିକ ରହିଛି। ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଗୌତମ ଶତପଥୀଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି। ଆଜି ଅସ୍ତ୍ରୋପଚାର ପରେ ଡିସ୍‌ଚାର୍ଜ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଡାକ୍ତର ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ମେଡିକାଲର ପ୍ରଶାସନିକ ଅଧିକାରୀ ସୁଭାଷ ରଏ, ମେଡିକାଲର ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories