www.samajalive.in
Friday, December 12, 2025
19.1 C
Bhubaneswar

ଭାରତ-ପାକ୍ ବିଶ୍ବକପ ମ୍ୟାଚ୍‌ ସରକାରଙ୍କ ଉପରେ ନିର୍ଭର କରୁଛି: କୁମ୍ବଲେ

ଭୁବନେଶ୍ବର : ଆ​‌େ​‌ଗ ଦେଶ ଏବଂ ପରେ କ୍ରୀଡ଼ା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆସନ୍ତା ମେ’ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ବକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପାକିସ୍ତାନ ସହିତ ବିଶ୍ବକପ ମ୍ୟାଚ୍ ଭାରତ ନ ଖେଳିବାକୁ ଦାବିହେଉଛି ତ ଆଉ କିଏ ଖେଳିବା ଉଚିତ ବୋଲି ମତ ଦେଉଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି ବୋଲି ଦେଶର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ଲେଗ୍‌ସ୍ପିନର ଅନୀଲ କୁମ୍ବଲେ କହିଛନ୍ତି। ସୋମବାର କଳିଙ୍ଗ ଷ୍ଟାଡ଼ିୟମରେ ହାଇପରଫର୍ମାନ୍‌ସ କେନ୍ଦ୍ର ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା କୁମ୍ବଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ମୋ ମତରେ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ମ୍ୟାଚ ଖେଳିବା ଉଚିତ; ନଚେତ ଭାରତ ବିନା ଲଢେଇରେ ୨ ପଏଣ୍ଟ ହରାଇବ। ଏହା ପାକିସ୍ତାନକୁ ଆଗକୁ ବଢିବା ଲାଗି ସହାୟକ ହେବ। ମ୍ୟାଚ ଖେଳିବା ନ ଖେଳିବା ନେଇ ସରକାରଙ୍କ ନିଷ୍ପତ୍ତି ହିଁ ସବୁକିଛି ହେବ। ସୂଚନାଯୋଗ୍ୟ; କୁମ୍ବଲେଙ୍କ ପୂର୍ବରୁ କ୍ରିକେଟ ମହାରଥୀ ସଚିନ ତେନ୍ଦୁଲକର ମଧ୍ୟ କହିଥିଲେ ଯେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ବିଶ୍ବକପ୍ ମ୍ୟାଚ୍ ଖେଳିବା ଉଚିତ। ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା କହିଥିଲେ। ହେଲେ ସୌରଭ ଗାଙ୍ଗୁଲି, ହରଭଜନ ସିଂହ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ପାକିସ୍ତାନ ବିପକ୍ଷରେ ବିଶ୍ବକପ୍ ମ୍ୟାଚ୍ ଭାରତ ବର୍ଜନ କରିବା ଉଚିତ ବୋଲି କହିଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories