www.samajalive.in
Monday, December 8, 2025
14.1 C
Bhubaneswar

ହାତୀ ଚଳପ୍ରଚଳ ରାସ୍ତାରେ ଅସୁରକ୍ଷିତ ବିଦ୍ୟୁତ ତାର

ପାଟଣା : ପାଟଣା ବିଦ୍ୟୁତ ବିଭାଗର ଅବେହଳା ପାଇଁ ଖୋଲାରେ ପଡିଛି ବିଦ୍ୟୁତ ତାର। କେଉଁଠାରେ ବିଦ୍ୟୁତ ତାର ଓହଳି ହାତ ପାହାନ୍ତାରେ ଥିବାବେଳେ କେଉଁଠି ଖୁଣ୍ଟରୁ ଝୁଲି ତଳେ ପଡିଛି। ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ଗ୍ରାମ ତଳ ସାହିରେ।  ବିଦ୍ୟୁତ ତାର ଝୁଲିଥିବା ଇଲାକାରେ ହାତୀମାନଙ୍କ ଚଳପ୍ରଚଳ ହେଉଥିବାରୁ ଅଘଟଣ ଘଟିବା ଆଶଙ୍କା ରହିଛି । ବିଦ୍ୟୁତ ତାରକୁ ଲୋକେ ଏକାଠି କରି ଗଛରେ ବାନ୍ଧି ଦେଇଥିବାବେଳେ ଆଉ କିଛି ତାର ଆଜି ମଧ୍ୟ ତଳେ ପଡି ରହିଛି। ହାତୀ ଚଲା ପଥରେ ଚଳନ୍ତା ବିଦ୍ୟୁତ ତାର ପଡିଥିବା ଘଟଣା ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଏହି ତାର ଗୁଡିକୁ ବ୍ୟବସ୍ଥିତ କରାଯାଇନଥିବାରୁ ଏଠାରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଟାଟା ପାୱାର ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories