www.samajalive.in
Friday, December 5, 2025
27.1 C
Bhubaneswar

ସୀମା ବିବାଦ: ଅଜିତ ଡୋଭାଲ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ସମାଜ ଡିଜିଟାଲ ଡେସ୍କ: ଆମେରିକାରର ଟାରିଫ୍‍ ୱାର ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କୁ ସାକ୍ଷାତ କରିଛନ୍ତି । ନୂଆଦିଲ୍ଲୀରେ ଉଭୟ ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକ ସୀମା ବିବାଦର ସମାଧାନ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ୨୪ତମ ପର୍ଯ୍ୟାୟ ସ୍ୱତନ୍ତ୍ର ପ୍ରତିନିଧି ଆଲୋଚନା ଅଧୀନରେ ହୋଇଥିଲା ।

ଅଜିତ ଡୋଭାଲ ଆଲୋଚନା ଆରମ୍ଭ କରି କହିଥିଲେ ଯେ ବର୍ତ୍ତମାନ ଉଭୟ ଦେଶର ସୀମା ଶାନ୍ତିପୂର୍ଣ୍ଣ ଅଛି । କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ମଧ୍ୟ ଉନ୍ନତି ହେଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପାଇଁ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି ପାଇଛି । ଭାରତ-ଚୀନ କୂଟନୈତିକ ସମ୍ପର୍କ ୭୫ବର୍ଷ ପୂରଣ କରିଛି ଏବଂ ଏହି ସଫଳତାକୁ ପାଳନ କରିବାର ସମୟ ବୋଲି କୁହାଯାଇଛି । ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଅଛନ୍ତି ଏବଂ ସେ ଆଜି ଅଜିତ ଡୋଭାଲଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories