ଅନୁଗୁଳ: ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କୋଟି କୋଟି ଟଙ୍କା ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ ପାନପୋଷ ଆଇଟିଡିଏର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନର ଅନୁଗୋଳ ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୁରେନ୍ଦ୍ରଙ୍କ ଆଉ ବର୍ଷେ ଚାକିରି ଥିଲା। ଅବସର ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ପଡ଼ିଯାଇଛନ୍ତି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶରେ ରାଉରକେଲା ଭିଜିଲାନ୍ସ ଏସ୍ପି ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଉରକେଲା, ସୁନ୍ଦରଗଡ଼, ଅନୁଗୋଳ, ଭୁବନେଶ୍ୱର ସମେତ ୮ଟି ଜାଗାରେ ଏକକାଳୀନ ଚଢ଼ଉ କରାଯାଇଥିଲା। ସୁରେନ୍ଦ୍ରଙ୍କ ନାମରେ ବିଭିନ୍ନ ଜାଗାରେ ଥିବା ପ୍ରାୟ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି।
Popular Categories



