www.samajalive.in
Monday, December 8, 2025
24.1 C
Bhubaneswar

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ କେନ୍ଦ୍ରକୁ ଜଣାଇ ନ ଥିଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ: ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ଜଣାଇ ନଥିଲେ। ରାଜ୍ୟସଭାରେ ସାଂସଦ ଡ. ସସ୍ମିତ ପାତ୍ରଙ୍କ ଭୁବନେଶ୍ୱର ମେଟ୍ରା ରେଳ ପ୍ରକଳ୍ପ ବାତିଲ ସମ୍ପର୍କିତ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଥୋକନ ସାହୁ କହିଛନ୍ତି ଯେ ଓଡ଼ିଶା ସରକାର ମେଟ୍ରା ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ଠାରୁ ଆର୍ଥିକ ଅନୁଦାନ ମଧ୍ୟ ଚାହିଁନଥିଲେ। ନିଜ ଆଡ଼ୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡ଼ିଶା ସରକାର ଆଗେଇ ଯାଇଥିଲେ।

୨୦୧୭ରେ କେନ୍ଦ୍ର ସରକାର ମେଟ୍ରୋ ପ୍ରକଳ୍ପ ନିର୍ମାଣ ଲାଗି ନୀତି ପ୍ରସ୍ତୁତ କରିଥିଲେ। ସହରାଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟର ପୁର୍ନଅନୁଧ୍ୟାନ ଚାଲିଛି। ସେହିପରି ମୂଳ ଡିପିଆର ଅନୁଯାୟୀ ୨୦୨୮ରେ ୬୭,୩୬୭ ଜଣ, ୨୦୩୧ରେ ୭୨,୨୧୪ ଜଣ, ୨୦୪୧ରେ ୯୮,୮୩୫ ଜଣ, ୨୦୫୧ରେ ୧,୪୨,୭୪୦ ଜଣ ଏବଂ ୨୦୫୪ରେ ୧,୬୦,୫୬୪ ଜଣ ଯାତ୍ରୀ ମେଟ୍ରୋ ରେଳରେ ଯାତାୟତ କରିପାରିବେ ବୋଲି ମନ୍ତ୍ରୀ ସାହୁ ଜଣାଇଛନ୍ତି।ୟ

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories