www.samajalive.in
Saturday, December 6, 2025
26.1 C
Bhubaneswar

ନବୀନଙ୍କୁ ଭେଟିବାକୁ ଯାଇଥିବାବେଳେ ମୋତେ କେହି ଦୁର୍ବ୍ୟବହାର କରିନାଆନ୍ତି: ଭକ୍ତ

ସମାଜ ଡିଜିଟାଲ ଡେସ୍କ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଭି.କେ. ପାଣ୍ଡିଆନ ବିଜେଡି ନେତାଙ୍କୁ ତାଗିଦ କରିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ତେବେ ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର ନବୀନଙ୍କୁ ଭେଟିବାକୁ ଯାଇଥିବା ସମୟରେ ଭିନ୍ନ ମତ ଦେଇଛନ୍ତି। ତାଙ୍କୁ କେହି ଦୁର୍ବ୍ୟବହାର କରିନାହାନ୍ତି। ପାଣ୍ଡିଆନ ଏବଂ ସୁତାଜା ପାଣ୍ଡିଆନ ତାଙ୍କୁ ଭଲ ବ୍ୟବହାର କରିଛନ୍ତି।

ଭକ୍ତ କହିଛନ୍ତି, ରାଜନୀତି ଭିନ୍ନ ପ୍ରସଙ୍ଗ। କିନ୍ତୁ ନବୀନ ବାବୁ ଓଡ଼ିଶାର ଅନେକ ଉନ୍ନତି କରିଛନ୍ତି। ସେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି। ତାଙ୍କୁ ଭେଟିବା ପାଇଁ ମୁଁ କାଲି ହସ୍ପିଟାଲ ଯାଇଥିଲି। ନବୀନ ବାବୁ ଚିକିତ୍ସା ହେଉଥିବା ରୁମ ପାଖରେ ଆଉ ଏକ ରୁମ ରହିଥିଲା। ସେଠାରେ ଆମେ ନବୀନ ବାବୁଙ୍କୁ ଭେଟିବାକୁ ଆପେକ୍ଷ କରିଥିଲୁ। ମୋ ସାଙ୍ଗରେ ବିଜେଡିର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ମୁଁ ନବୀନ ବାବୁଙ୍କୁ ଦେଖା କରିବାକୁ ଡାକ୍ତରୀ ଟିମଙ୍କୁ କହିଥିଲି। ମୋତେ ଭିତରକୁ ନ ନେଇ କାଚ ପାଖରେ ଦେଖିବାକୁ କହିଥିଲେ। ହେଲେ କାହିଁକି ମୋତେ ସେ ସ୍ଥାନ ପର୍ଯ୍ୟନ୍ତ ନେଲେନାହିଁ ମୁଁ ଜାଣିନାହିଁ।

- Advertisement -

ନବୀନ ବାବୁ ଯେହେତୁ ଓଡ଼ିଶାର ଜଣେ ପ୍ରିୟ ନେତା ପ୍ରତି ଘଣ୍ଟାରେ କାହିଁକି ବୁଲେଟିନ କରୁନାହଁ ବୋଲି ଡାକ୍ତରଙ୍କୁ ପଚାରିଥିଲି। ଏହାପରେ ଭି. କେ ପାଣ୍ଡିଆନ ଏବଂ ସୁଜାତା ପାଣ୍ଡିଆନ ଆସିଥିଲେ। ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତ ତଥ୍ୟ ମଧ୍ୟ ଜଣାଇଥିଲେ। ପାଣ୍ଡିଆନ ମୋତେ ନବୀନ ବାବୁଙ୍କୁ ଦେଖା କରିବାରେ ବରଣ କରିନାହାନ୍ତି। ଯଦି ମୋ ବିଷୟରେ ଗଣମାଧ୍ୟମରେ କିଛି ଅଧିକ ଚର୍ଚ୍ଚା ହେଉଛି ତେବେ ସେସବୁ ମିଛ ବୋଲି ଭକ୍ତ କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories