www.samajalive.in
Thursday, December 11, 2025
15.1 C
Bhubaneswar

ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପ୍ରଥମ ଥର ପାଇଁ ଇଭିଏମ ଖୋଲି ଗଣତି ହେଲା ଭୋଟ, ଜିତିଲେ ପରାଜିତ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ଭାରତରେ ନିର୍ବାଚନକୁ ନେଇ ବିବାଦ ଭିତରେ ଇଭିଏମ ଉପରେ ସବୁବେଳେ ପ୍ରଶ୍ନ ଉଠିଆସୁଛି। କିନ୍ତୁ ଏବେ ପ୍ରଥମ ଥର ଏପରି ହୋଇଛି ଯେ, ସୁପ୍ରିମକୋର୍ଟଙ୍କ ଆଦେଶରେ ଇଭିଏମ ଖୋଲାଯାଇଛି ଏବଂ ଭୋଟ ଗଣତି ହୋଇଛି। ଯେଉଁଥିରେ ନିର୍ବାଚନରେ ପରାଜିତ ହୋଇଥିବା ଆଶାୟୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଏହି ଘଟଣା ହରିୟାଣାର ପାନିପତ ଜିଲା ଅନ୍ତର୍ଗତ ବୁଆନା ଲାଖୁ ଗାଁର ପଞ୍ଚାୟତ ନିର୍ବାଚନ ସହିତ ଜଡ଼ିତ ରହିଛି। ଏଠାରେ ସରପଞ୍ଚ ନିର୍ବାଚନରେ ବିବାଦ ହୋଇଥିଲା। ଯାହା ଉପରେ କୋର୍ଟ ନିଜେ ହସ୍ତକ୍ଷେପ କରିଥିଲେ। ନିର୍ବାଚନ ରେକର୍ଡପତ୍ର ସହିତ ଇଭିଏମର ଗଣତି କରିବାକୁ ଆଦେଶ କହିଥିଲେ। ଇଭିଏମ ଭୋଟ ଏବଂ ବାଲଟ ଭୋଟ ଗଣତି ହେବା ପରେ ପରାଜିତ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ରାଜ୍ୟରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

- Advertisement -

୨୦୨୨ ନଭେମ୍ବର ୨ରେ ବୁଆନା ଲାଖୁ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। ଏଥିରେ କୁଳଦୀପ କୁମାର ସିଂହଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ମାତ୍ର ମୋହିତ କୁମାର ଏହାକୁ ଚାଲେଞ୍ଜ କରି ଅତିରିକ୍ତ ଜିଲା ଦୌରାଜଜ କୋର୍ଟଙ୍କ ଦ୍ଵାରସ୍ଥ ହୋଇ କୋର୍ଟରେ ହିଁ ଭୋଟ ଗଣତି ପାଇଁ ଅନୁରୋଧ କରିଥିଲେ। ୨୦୨୫ ଏପ୍ରିଲ ୨୨ରେ କୋର୍ଟ ପୁନର୍ବାର ଭୋଟ ଗଣତି ପାଇଁ ଆଦେଶ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ତଳକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ। ଏହା ପରେ ମୋହିତ କୁମାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବା ପୂର୍ବରୁ ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମର ଭୋଟ ଗଣତି ପାଇଁ ଆଦେଶ ଦେଇଥିଲେ, ଯାହା ପ୍ରଥମ ଥର ପାଇଁ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ଇଭିଏମର ଭୋଟ ଗଣତି ରେଜିଷ୍ଟ୍ରାରଙ୍କ ତତ୍ଵାବଧାନରେ ହୋଇଥିଲା। ଏହି ସମୟରେ ଉଭୟ ପକ୍ଷଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରଯାଇଥିଲା। ଗଣନା ପରେ ମୋହିତ କୁମାରଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ଏହି ନୂତନ ଫଳାଫଳ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତା ଏବଂ ପାରିଦର୍ଶିତାକୁ ନେଇ ପ୍ରଶ୍ନ ଉଠାଇଛି। ଲୋକଙ୍କ ମନରେ ଇଭିଏମର ବିଶ୍ଵସନୀୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ​‌ହୋଇଛି।

ବିଭିନ୍ନ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷକରି ଆରଜେଡି ନେତା ତେଜସ୍ଵୀ ଯାଦବ ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ମାମଲା ନିର୍ବାଚନରେ ବିଜେପିର ମନମାନି ଏବଂ ଇଭିଏମର ଦୁରୂପଯୋଗ ଆଡକୁ ଇଙ୍ଗିତ କରୁଛି। ସେହିପରି ଅନ୍ୟ କେତେକ ନେତା ଏବଂ ରାଜନୈତିକ ଦଳ ମଧ୍ୟ ନିର୍ବାଚନ ପ୍ରକ୍ରିୟା ନିରପେକ୍ଷ କି ନୁହେଁ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories