www.samajalive.in
Thursday, December 11, 2025
18.1 C
Bhubaneswar

ଶୁକ୍ରବାର ରାଶିଫଳ: ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇପାରନ୍ତି

ମେଷ: ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁଷଙ୍ଗିକ ପରିବେଶ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ବନ୍ଦ୍ବିତାରେ ସଫଳତା ହାସଲ କରିପାରିବେ।

ବୃଷ: ଧାର୍ମିକ ଚେତନାରେ ସାମାଜିକ ଏକତା ସମ୍ଭବ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ‘ସୁକର୍ମ ହେଲେ ବି ଅହଂକାର ପରିହର୍ତ୍ତବ୍ୟ’। ନିସ୍ବାର୍ଥପର ସେବା ପାଇଁ ପୂଜ୍ୟପୂଜାର ପାତ୍ର ହେବେ।

- Advertisement -

ମିଥୁନ: ଶତ୍ରୁଘାତୀ ହେବାକୁ ହେଲେ ଭ୍ରାତୃପ୍ରେମରେ ଅନୁବନ୍ଧିତ ହେବାକୁ ପଡ଼ିବ। ବଦଖର୍ଚ୍ଚର ସମ୍ମୁଖୀନ ହେବାକୁ ହେଲେ ସର୍ବାଦୌ ସ୍ନେହଶୀଳା ପତ୍ନୀଙ୍କ ଅନାବିଳ ପ୍ରେମକୁ ସ୍ମରଣ କରିବାକୁ ପଡ଼ିବ। ଧର୍ମ କାର୍ଯ୍ୟ କରିପାରନ୍ତି।

କର୍କଟ: ଚରିତ୍ର ବ୍ୟକ୍ତିବିଶେଷଙ୍କ ଆତ୍ମାର ସୁବାସ ଓ ବ୍ୟକ୍ତିତ୍ବର ନିର୍ଯାସ। ଏହି ଉକ୍ତିକୁ ସ୍ମରଣ କରି ଅର୍ଜିତ ଧନର ସୁବିନିଯୋଗ କଲେ ମହାନ୍‌ ଗୌରବର ଅଧିକାରୀ ହେବେ। ତେଜସ୍ବୀ ଓ ଧାର୍ମିକ ହେବେ।

ସିଂହ: ସାରାଜୀବନ ବ୍ୟାପୀ ଯେଉଁ ଗୁରୁମନ୍ତ୍ରରେ ଅଭିମନ୍ତ୍ରିତ ହୋଇଛନ୍ତି ଆଜି ତା’ର ପରୀକ୍ଷାର ଦିନ। ନିଜେ, ସହଯୋଗୀ, ଅନୁଗତ ଓ ଆଶ୍ରିତଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରି ମହନୀୟ ପଦପ୍ରାପ୍ତ ହେବେ।

କନ୍ୟା: ଆତ୍ମବାଦୀ ହୋଇପାରନ୍ତି। କାମନା, ବାସନାର ବଶବର୍ତ୍ତୀ ନ ହୋଇ ଧାର୍ମିକ ଚେତନାଯୁକ୍ତ ହୋଇପାରନ୍ତି। ଈଶ୍ବରୀୟ ବିଭୂତିପ୍ରାପ୍ତ ହେବେ। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟପରି ଉଜ୍ଜ୍ବଳ ଆଲୋକ ଭାସ୍ବରିତ କରିବ।

ତୁଳା: କର୍ତ୍ତବ୍ୟ ପଥରେ ଆରୂଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ। ଆପଣଙ୍କ ସଂଯୋଜନାର ଅମୃତମୟ ପ୍ରଭାବ ସୁଦୂର ପ୍ରସାରୀ ହେବ। ଆଜି ସତର୍କରେ ଚଳିବେ।

ବିଛା: ପୁଣ୍ୟ ପ୍ରଭାବସମ୍ପନ୍ନ ହୋଇ ପୁଣ୍ୟାର୍ଜନ ଦ୍ବାରକୁ ସୁକର୍ମାଭାବେ ଉନ୍ମୁକ୍ତ ରଖିପାରନ୍ତି। ସ୍ବାଦିଷ୍ଟ ଖାଦ୍ୟ ବିତରଣ କରି ସହକର୍ମୀଙ୍କ ତୁଷ୍ଟି ସାଧନ କରିପାରନ୍ତି। ଆତ୍ମସଂଯମ ଦ୍ବାରା ଅନ୍ତଃଶକ୍ତିର ଅଭ୍ୟୁଥାନ ଘଟାଇବେ।

ଧନୁ: ସାଧନାରେ ସିଦ୍ଧିତପା ସାଧୁ ହୋଇପାରନ୍ତି; ମାତ୍ର ଅହଂକାର ଶୂନ୍ୟ ହେବେ। ଆବଶ୍ୟକ କାର୍ଯ୍ୟରେ ଅଗ୍ରଗତି ଲାଭ କରୁଥିବାବେଳେ ପୂର୍ବ ଅନୁଭୂତିକୁ ସ୍ମରଣ କଲେ ନିଜର ଅଶେଷ କଲ୍ୟାଣ ସାଧିତ ହେବ।

ମକର: ଜଣେ ଜ୍ଞାନୀ ବିଶେଷ ହୋଇଥିବାର ଶ୍ରେୟକୁ ଗ୍ରହଣ କରି ହେୟକୁ ପରିତ୍ୟାଗ କରିପାରନ୍ତି। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ରାଜକୃପା ଲାଭ କରିବେ। ସାଧନା ପ୍ରାପ୍ତ ହୋଇପାରନ୍ତି।

କୁମ୍ଭ: ଗୁଣବାନ୍‌ ବ୍ୟକ୍ତି ହିଁ ସ୍ବତଃ ସଫଳ ହୋଇଥା’ନ୍ତି। ବଣମଲ୍ଲୀ ହେଲେ ବି ସହରାଞ୍ଚଳକୁ ସୁବାସିତ କରିବାର ଶକ୍ତି ଆପଣଙ୍କଠାରେ ଅଛି। ଧର୍ମର ମୂଳସ୍ତମ୍ଭ ସତ୍ୟ, ଶାନ୍ତି, ଦୟା ଓ କ୍ଷମତାର ଅବତାର ହୋଇପାରନ୍ତି।

ମୀନ: ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇପାରନ୍ତି। ଭକ୍ତି ହଁି ଧର୍ମର ମହତ୍ତ୍ବ ପ୍ରତ୍ୟାଖ୍ୟାନ କରିଥାଏ। ଏ ଶରୀର ମହାଧନକୁ ସାଇତି ରଖିବାର କାମନା ଆପଣଙ୍କ ଚରିତ୍ରରେ ନିହିତ ଅଛି। ବିଦ୍ବାନ୍‌ ହୋଇପାରନ୍ତି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories