www.samajalive.in
Friday, December 5, 2025
27.1 C
Bhubaneswar

ପୋଖରୀରୁ ମହିଳାଙ୍କ ମୃତଦେହ ଜବତ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ବାଙ୍କପୁର ଗାଁରେ ଗୁରୁବାର ସକାଳୁ ଏକ ଅଘଟଣ ଦେଖିବାକୁ ମିଳିଛି। ଗାଁର ଜନୈକ ବ୍ୟକ୍ତିଙ୍କ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ରଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଭାରପ୍ରାପ୍ତ ଅଧିକାରୀ ଅମରେନ୍ଦ୍ର ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ରଣପୁର ଥାନାକୁ ଖବର ଦେଇଥିଲେ। ରଣପୁର ଥାନା ଅତିରିକ୍ତ ଉପ ନିରୀକ୍ଷକ ପ୍ରତାପ ପରିଡା ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗାଁ ଲୋକମାନେ ମୃତ ମହିଳା ବାଙ୍କପୁର ଭୀମସେନ ନାୟକଙ୍କ ସ୍ତ୍ରୀ ହରଷ ନାୟକ ବୋଲି ଚିହ୍ନଟ କରିଥିଲେ। କିନ୍ତୁ ଘଟଣାସ୍ଥଳରୁ ମୃତ ହରଷଙ୍କ ଘର ଶହେ ମିଟର ପାଖାପାଖି ହେ।ଇଥିଲେ ମଧ୍ୟ ତାଙ୍କ ସ୍ୱାମୀ ଭୀମସେନ କି ପରିବାର ଲୋକ କେହି ଆସି ନଥିଲେ। ଅଭାବ ଅନାଟନ ସାଙ୍ଗକୁ ପାରିବାରିକ କଳହ ହରଷଙ୍କ ଘରେ ଲାଗି ରହିଥାଏ। ଫଳରେ ଥାନାକୁ ମଧ୍ୟ ହରଷ ଯାଆନ୍ତି ବୋଲି ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

ବର୍ବରତାର ସୀମା ପାର୍‌ ; ଶାଶୁକୁ ହତ୍ୟା ପରେ ୧୯ ଖଣ୍ଡ କଲା ଡାକ୍ତର ଜ୍ୱାଇଁ..

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories