www.samajalive.in
Friday, December 5, 2025
27.1 C
Bhubaneswar

ଅଗଷ୍ଟ ୧୫ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ

ସମାଜ ଡିଜିଟାଲ ଡେସ୍କ:  ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି । ଟ୍ରାଫିକ୍‍ ପରିଚାଳନା ପାଇଁ ପ୍ରାୟ ୩ହଜାର କର୍ମୀଙ୍କୁ  ମୁତୟନ କରାଯାଇଥିବା ବେଳେ ଅନେକ ରୁଟ୍‍ ରେ ଗତପଥ ପରିବର୍ତ୍ତନ କରାଯାଇଛି । ଏହାସହିତ ଭାରି ଯାନବାହାନ ପ୍ରବେଶ ନିଷିଦ୍ଧ କରାଯିବ । ଲାଲକିଲ୍ଲା, ଇଣ୍ଡିଆ ଗେଟ୍‍, ରାଜଘାଟ ଭଳି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ନିମନ୍ତ୍ରିତ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ସ୍ୱାଧୀନତା ଦିବସ ପାଳନର ପରେଡ ଅଭ୍ୟାସ ଯୋଗୁଁ ପୁଲିସ ଲାଲକିଲ୍ଲା ଚାରିପାଖର ରାସ୍ତା ବଦଳାଇ ଦିଆଯାଇଛି ।
ବୋମା, ଅସ୍ତ୍ରଶସ୍ତ୍ର ଇତ୍ୟାଦି ଯାଞ୍ଚ କରିବା ପାଇଁ ଲାଲକିଲ୍ଲା ଅଞ୍ଚଳର ପାର୍କିଂରେ ଥିବା ଯାନବାହାନ ତଳେ ସର୍ବେକ୍ଷଣ ପ୍ରଣାଳୀ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି । ଅବୈଧ ଅନୁପ୍ରବେଶ ଉପରେ କଡା ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି । ପୁଲିସ ଡ୍ରୋନ୍‍ ଦ୍ୱାରା ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି । ଏହାସହିତ ସାଇବର ଟିମ୍‍ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖିଛନ୍ତି । ଫଳରେ ବିବାଦୀୟ ପୋଷ୍ଟ ମାଧ୍ୟମରେ ବିଭ୍ରାନ୍ତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories