www.samajalive.in
Monday, December 8, 2025
27.1 C
Bhubaneswar

ଯୁଦ୍ଧ ଟ୍ୟାଙ୍କରକୁ ଟକ୍କର ଦେବ ଏକେ-୪୭ ନିର୍ମାତା କ୍ଲାସିକୋଭର ଏହି ନୂଆ ଅସ୍ତ୍ର

ନୂଆଦିଲ୍ଲୀ: ଏକେ-୪୭ ରାଇଫଲ ଆବିଷ୍କାର କରି ସାରା ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଥିବା ରୁଷର ଅସ୍ତ୍ରଶସ୍ତ୍ର ନିର୍ମାତା କ୍ଲାସିକୋଭ କମ୍ପାନୀ ପୁଣି ଏବେ ଚର୍ଚ୍ଚାରେ ରହିଛି। ଏହି କମ୍ପାନୀ ପକ୍ଷରୁ ଏମିତି ଏକ ଅସ୍ତ୍ର ନିର୍ମାଣ କରାଯାଇଛି, ଯାହା ସାରା ବିଶ୍ବରେ ଆତଙ୍କୀ ଆକ୍ରମଣ ଏବଂ ଆତଙ୍କବାଦୀ ଉପରେ ହେବାକୁ ଥିବା ଆକ୍ରମଣର ରୂପରେଖ ବଦଳାଇ ଦେଇପାରିବ । କ୍ଲାସିକୋଭ କମ୍ପାନୀ ଏକ ‘ସୁଇସାଇଡ୍‌’ ଡ୍ରୋନ୍ ନିର୍ମାଣ କରିଛି, ଯାହା ଦ୍ବାରା ବିଶ୍ବର ଯେକୌଣସି ସ୍ଥାନରେ ରହି ମଧ୍ୟ କମ୍ପ୍ୟୁଟର ମାଧ୍ୟମରେ ଶତ୍ରୁ ଉପରେ ବୋମା ପକାଇ ବିସ୍ଫୋରଣ କରାଯାଇପାରିବ । ଚଳିତ ସପ୍ତାହରେ ୟୁଏଇର ରାଜଧାନୀ ଅବୁଧାବୀରେ ହେବାକୁ ଥିବା ପ୍ରତିରକ୍ଷା ପ୍ରଦର୍ଶନୀରେ କମ୍ପାନୀ ପକ୍ଷରୁ ଏହି ଡ୍ରୋନକୁ ପ୍ରଦର୍ଶିତ କରାଯିବ । ବିଶ୍ବର ସମସ୍ତ ନାମୀଦାମୀ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ପ୍ରତି ଦୁଇ ବର୍ଷରେ ଥରେ ଏହି ପ୍ରଦର୍ଶନୀରେ ଯୋଗ ଦେଇ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ପରେ ବଜାରରେ ଏହାର ପ୍ରବେଶର ସୁଯୋଗ ମିଳେ ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, କ୍ଲାସିକୋଭ କମ୍ପାନୀ ଦ୍ବାରା ଆବିଷ୍କୃତ ଏହି ଡ୍ରୋନର ନାମ ରଖାଯାଇଛି କେୟୁବି-ୟୁଏଭି । ଏହା ଏକ ଚାଳକ ବିହୀନ ଡ୍ରୋନ । ଏହି ଆବିଷ୍କାର ପ୍ରଦର୍ଶନୀରେ ସାମିଲ ହେବାକୁ ଥିବା ଯୁଦ୍ଧ ବିମାନ ଓ ଟ୍ୟାଙ୍କର ସମ୍ମୁଖରେ ଛୋଟ ହୋଇପାରେ । କିନ୍ତୁ ଏହି ଛୋଟିଆ ଅସ୍ତ୍ର ଏକେ-୪୭ ରାଇଫଲ ଭଳି ଯୁଦ୍ଧ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିବାର କ୍ଷମତା ରଖିଛି ।

- Advertisement -

କମ୍ପାନୀ ସୂଚନା ଅନୁଯାୟୀ, ୪ ଫୁଟ୍ ଓସାର ବିଶିଷ୍ଟ ଏହି ‘ସୁଇସାଇଡ୍‌’ ଡ୍ରୋନ୍ ଆକାଶରେ ୩୦ ମିନିଟ ପର୍ଯ୍ୟନ୍ତ ଉଡିବାର କ୍ଷମତା ରହିଛି । ଘଣ୍ଟା ପ୍ରତି ଏହାର ବେଗ ୮୦ ମାଇଲ ଥିବା ବେଳେ ୪୦ ମାଇଲ ଦୂରରୁ ଏହା ଲକ୍ଷ୍ୟଭେଦ କରିପାରିବ । ଏହି ଡ୍ରୋନ ୦୬ ପାଉଣ୍ଡ ବିସ୍ଫୋରକ ବହନ କରିପାରିବ ।

କ୍ଲାସିକୋଭ କମ୍ପାନୀ ପକ୍ଷରୁ ନିର୍ମାଣ ହୋଇଥିବା ‘ସୁଇସାଇଡ’ ଡ୍ରୋନ୍ ପ୍ରଥମ ୟୁଏଭି ନୁହେଁ । ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ (ଆଇଏସ) ବଜାରରେ ମିଳୁଥିବା ଡ୍ରୋନରେ ବିସ୍ଫୋରକ ସାମଗ୍ରୀ ବାନ୍ଧି ୟୁଏଭି ନିର୍ମାଣ କରିଥିଲେ । ଏହି ୟୁଏଭି ମାଧ୍ୟମରେ ଆଇଏସ ଇରାକର ମୋସୁଲ ଏବଂ ସିରିୟାର ରକ୍କାରେ ବିସ୍ଫୋରଣ ଘଟାଇଥିଲା । ଗତବର୍ଷ ସିରିୟାରେ ରୁଷ ସୈନିକଙ୍କ ଉପରେ ଡ୍ରୋନ୍ ମାଧ୍ୟମରେ ଆଇଏସ ଆକ୍ରମଣ କରିଥିଲା । ଏଥି​ରେ ଏକ ଡଜନରୁ ଅଧିକ ସଂଖ୍ୟକ ବିସ୍ଫୋରକ ଡ୍ରୋନ ବ୍ୟବହାର କରାଯାଇ ଜିପିଏସ ମାଧ୍ୟମରେ ପରିଚାଳନା କରାଯାଇଥିଲା।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories