www.samajalive.in
Thursday, December 11, 2025
16.1 C
Bhubaneswar

ମହିଳାଙ୍କ ମୁହଁରେ କଳାପଟି ବାନ୍ଧି ଘରେ ବୁଲାଇଲେ କଳାକନା, ସଶସ୍ତ୍ର ଡକାୟତି

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନରେ ବଡ଼ ଧରଣର ଡକାୟତି । ଥାନା ଅଧୀନ ପଢୁଆଁ ପଞ୍ଚାୟତର ପଢୁଆଁ ବଜାରରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଘରେ ମଙ୍ଗଳବାର ସଂଧ୍ୟାରେ ସଶସ୍ତ୍ର ଡକାୟତି ହୋଇଛି ଯାହା କି ସମଗ୍ର ଅଞ୍ଚଳରେ ହଇଚଇ ସୄଷ୍ଟି କରିଛି । ଘରେ କୌଣସି ମୁରବି କିମ୍ବା ପୁରୁଷ ନଥିବା ସୁଯୋଗ ପାଇ ଡକାୟତ ଦଳ ଘରେ ପଶିଥିଲେ । ଏହି ସମୟରେ ଘରେ ଥିବା ମହିଳାଙ୍କ ମୁହଁରେ କଳାପଟି ବାନ୍ଧି ଦେଇଥିଲେ । ପରେ ଆଲମିରା ଠୁ ନେଇ ସମସ୍ତ ଆସବାବା ପତ୍ର ଛିନଛତ୍ର କରି ପକାଇଥିଲେ । ଗୋଟି ଗୋଟି କରି ସବୁ କିଛି ଖୋଳିତାଡ଼ି କଳାକନା ବୁଲାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ଡକାୟତ ଗ୍ୟାଙ୍ଗ । ଡକାୟତି ପରେ ପୀଡିତା ନିଜ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ପରିବାର ଲୋକେ ଥାନାକୁ ଫୋନ କରି ଡକାୟତି ସଂପର୍କରେ ଅବଗତ କରାଇଥିଲେ । ଘଟଣା ସ୍ଥଳରେ ଅନନ୍ତପୁର ଥାନା ପୋଲିସ ଓ ବାସୁଦେବପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ବୟାନ ଅନୁସାରେ ଡକାୟତିରେ ଏକାଧିକ ଡକାୟତ ସଂପୃକ୍ତ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories