www.samajalive.in
Tuesday, December 9, 2025
17.1 C
Bhubaneswar

ଚିକିତ୍ସା ସେବାରେ ପରିଚାଳନା ଗତ ଅବ୍ୟବସ୍ଥା

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନା ଗତ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଉପଖଣ୍ଡ ଚିକିତ୍ସାଳୟରେ ୩୩ ଜଣ ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ୬ ଜଣ ଡାକ୍ତର ରହିଛନ୍ତି। ଦାୟିତ୍ୱରେ ରହିଥିବା ମୁଖ୍ୟ ପରିଚାଳକ ଡାକ୍ତର ଜଣଙ୍କ ୨୦୦୨ ମସିହାରୁ କାମାକ୍ଷାନଗର ରେ ଅବସ୍ଥାପିତ ହୋଇ ୨୦୧୮ ମସିହାରେ ପଦୋନ୍ନତି ପାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ବର୍ଷ ରହି ପୁନଶ୍ଚ କାମାକ୍ଷାନଗର ଉପଖଣ୍ଡ ଦାୟିତ୍ୱ ଗତ ୨୦୨୩ ମସିହା ଜୁଲାଇ ମାସ ରୁ ନେଇଛନ୍ତି। ଡାକ୍ତର ଜଣଙ୍କ ଆସିବା ଦିନଠାରୁ ଚିକିତ୍ସାଳୟରେ ଥିବା କେତେକ ଡାକ୍ତରଙ୍କୁ ନିଜକୁ ସୁହାଇବା ଭଳି କାର୍ଯ୍ୟ କରିବାକୁ ନିର୍ଦେଶ ଦେବା ସହିତ ନିଜେ ନିଜ ସରକାରୀ ବାସଭବନରେ କାର୍ଯ୍ୟାଳୟ ସମୟରେ ରୋଗୀ ଦେଖନ୍ତି । ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଘରକୁ ଆଣି ଦେଖିବା ଏବଂ ତାଙ୍କ ଠାରୁ ୩୦୦ରୁ  ୪ ଶହ ପର୍ଯ୍ୟନ୍ତ ଫିସ ନେବା ପରେ ନିଜ ପରିଚାଳନାରେ ଥିବା ପାଥୋଲାବରେ ପରୀକ୍ଷା କରିଥାନ୍ତି। ପୁଣି ଔଷଧ କମ୍ପାନୀ ଠାରୁ ପ୍ରାପ୍ତ ଔଷଧକୁ ରୋଗୀମାନଙ୍କୁ ପ୍ରଦାନ କରୁ ଥିବାର ମଧ୍ୟ ଅଭିଯୋଗ ହେଉଛି । ଏତଦ ବ୍ୟତୀତ ଜଣେ ମହିଳା ସୁରକ୍ଷା କର୍ମୀ ନିୟୋଜିତ କରିଥିବା ବେଳେ କର୍ମୀ ଜଣଙ୍କ ତାଙ୍କର କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନା କରୁ ନଥିବା ରୁ ଅନ୍ୟ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories