www.samajalive.in
Friday, December 5, 2025
23.1 C
Bhubaneswar

ରାହୁଲଙ୍କୁ ଇସିଙ୍କ ନିର୍ଦେଶ: ଘୋଷଣାନାମା ଦିଅ; ନଚେତ୍ କ୍ଷମା ମାଗ

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ନେଇ ସମସ୍ୟାରେ ପଡିଛନ୍ତି। ରାହୁଲ ଯେଉଁ ଭୋଟ ଚୋରି ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ଆବଶ୍ୟକ ଘୋଷଣାନାମା ଦେବାକୁ ଇସି ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ନିଜର ଅଭିଯୋଗ ସମ୍ପର୍କରେ ଧାର୍ଯ୍ୟ ନିୟମ ଅନୁଯାୟୀ ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ତାଙ୍କୁ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ। ନିର୍ବାଚନ ଆୟୋଗ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟ ଧାର୍ଯ୍ୟ ନିୟମ ଅନୁଯାୟୀ କରିବାକୁ ହୋଇଥାଏ। ଯଦି ଧାର୍ଯ୍ୟ ନିୟମ ଅନୁଯାୟୀ କାର୍ଯ୍ୟ ସମ୍ପାଦିତ ନହୋଇ ଅନ୍ୟ ଉପାୟରେ କରାଯାଏ ତେବେ ଏଥିପାଇଁ ଯେଉଁ ଅଭିଯୋଗ ହେବ ତାହା ନିୟମ ଅନୁଯାୟୀ ହେବା ଦରକାର। ନିର୍ବାଚନ ଆୟୋଗ ଯଦି କୌଣସି ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଅନ୍ତି କିମ୍ବା କୌଣସି ଅବୈଧ ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରିଥାନ୍ତି ଏସମ୍ପର୍କରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଅଭିଯୋଗ କରିବାକୁ ହେବ। ଅଭିଯୋଗ ଆଧାରରେ ଏହାର ସମାଧାନ କରାଯିବ। ଆଉ ଯଦି ରାହୁଲ ମିଥ୍ୟା ଅଭିଯୋଗ କରିଥାନ୍ତି ତେବେ ସେ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର। ଗୁରୁବାର ରାହୁଲ ଅଭିଯୋଗ କରିଥିଲେ ଯେ ଗତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଭୋଟ ଜାଲିଆତି ହୋଇଥିଲା। ଭୋଟ ଜାଲିଆତି ଯୋଗୁଁ କଂଗ୍ରେସ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନରେ ପରାସ୍ତ ହୋଇଥିଲା।

ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମର୍ଥନ କରିଛନ୍ତି। ଏହା ସହିତ ନିର୍ବାଚନ ଆୟୋଗ ରାହୁଲଙ୍କୁ ଘୋଷଣାନାମା ଦାଖଲ କରିବାକୁ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ପ୍ରିୟଙ୍କା ନିନ୍ଦା କରିଛନ୍ତି। ସଂସଦ ଭବନ ପରିସରରେ ସାମ୍ବାଦିକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ ଇସି ନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ଏଡାଇଯିବାକୁ ଚାହଁୁଛନ୍ତି। ଅଭିଯୋଗର ସମାଧାନ ପରିବର୍ତ୍ତେ ଏହାର ସତ୍ୟପାଠ ମାଗୁଛନ୍ତି। ଇସି ଅନୁଭବ କରୁଛନ୍ତି ଯେ ସେ କେବଳ ବିଜେପି ନିକଟରେ ଉତ୍ତରଦାୟୀ। ଇସିଙ୍କ ଏପରି ଭାବନା ଠିକ୍ ନୁହେଁ। ଏପରି ହେଲେ​‌ ଦେଶର ଗଣତନ୍ତ୍ର ଧ୍ବଂସ ହୋଇଯିବ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories