www.samajalive.in
Friday, December 5, 2025
27.1 C
Bhubaneswar

ସହିଦ ସପ୍ତାହ ପାଳନ କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିଛନ୍ତି । ସହିଦ ସପ୍ତାହ ପାଳନ କରୁଥିବାର ଏକ ଭିଡିଓ ବର୍ତ୍ତମାନ ମାଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଛି। ଦୀର୍ଘ ସମୟ ପରେ ମାଓବାଦୀ ଏହି ସହିଦ ସପ୍ତାହ ପାଳନ କରୁଥିବାର ଭିଡିଓ ସାମ୍ନା କୁ ଆସିଥିବା ବେଳେ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ଦେଖିବାକୁ ମିଳିଛି। ଛତିଶଗଡ଼ର ବସ୍ତର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସହିଦ ସପ୍ତାହ ପାଳନ କରାଯାଇଥିବା କୁହାଯାଇଛି।
ମାଓବାଦୀ ସଂଗଠନର ସଦସ୍ୟମାନେ ପାରମ୍ପରିକ ଢୋଲର ସଙ୍ଗେ ନୃତ୍ୟ କରୁଛନ୍ତି ଓ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କ ବରିଷ୍ଠ ନେତା ବସବରାଜୁ ଓ ତାଙ୍କ ସହଯୋଗୀମାନଙ୍କ ପାଇଁ ଏକ ନୂତନ ସ୍ମାରକ ନିର୍ମାଣ କରିଥିବା ମଧ୍ୟ ଜଣାପଡିଛି। ସେହିପରି ମାଓ ବ୍ୟାନର୍‌ରେ “କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତି ଓ ଗୌତମ ଅମର ରହନ୍ତୁ”, “ଅମରଶହୀଦଙ୍କ ତ୍ୟାଗକୁ ଉଚ୍ଚରେ ରଖିବା”, “ଶହୀଦଙ୍କ ତ୍ୟାଗ ବ୍ୟର୍ଥ ହେବନାହିଁ”, ଏବଂ “ଅପରେସନ କାଗର୍ ଦମନକୁ ଆମେ ପରାଜିତ କରିବୁ” ପରି ସ୍ଲୋଗାନ୍‌ ଲେଖାଯାଇଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories