ଭୁବନେଶ୍ୱର : ମହିଳା କର୍ମଚାରୀଙ୍କ ରାତ୍ରିସିଫ୍ଟ ବିଜ୍ଞପ୍ତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ଼ୟୁନିଅନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ଆୟୋଗଙ୍କୁ ପ୍ରଦାନ କରାଯାଇଛି।
ସଂଘ ଦର୍ଶାଇଛି ଯେ, ଟ୍ରେଡ଼ ୟୁନିଅନ ସହ ଆଲୋଚନା ନକରି ଏକତରଫା ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଯାହା ଭାରତୀୟ ଶ୍ରମ ଆଇନ ତ୍ରିପାକ୍ଷିକ ଆଲୋଚନା ଓ ସାମୂହିକ ଆଲୋଚନାର ମୂଳ ସୂତ୍ରକୁ ଉଲ୍ଲଘଂନ କରୁଛି। ଏହି ବିଜ୍ଞପ୍ତି ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଓ ଭାରତୀୟ ଶ୍ରମ ସମ୍ମିଳନୀର ନୀତି ବିରୋଧୀ। ଟ୍ରେଡ଼ୟୁନିଅନ ଗୁଡ଼ିକ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚର ସଂଯୋଜକ ମହେନ୍ଦ୍ର ପରିଡ଼ା, ଶ୍ରମିକନେତା ବିଜୟ ଜେନା, ମଞ୍ଜୁ ମିଶ୍ର, ପ୍ରଣତି ମିଶ୍ର, ଦୁଷ୍ମନ୍ତ ଦାସ, ନିରଞ୍ଜନ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ବିଏନ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଏହି ଆନ୍ଦୋଳନରେ କେନ୍ଦ୍ରୀୟ ଟ୍ରେଡ଼ୟୁନିଅନ ସମେତ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇଟିୟୁସି, ଏଆଇସିସିଟିୟୁ, ଟିୟୁସିସିଓଏଲପିଏଫ ପ୍ରମୁଖ ଶ୍ରମିକ ସଂଗଠନ ସାମିଲ ଥିଲେ।
ମହିଳା କର୍ମଚାରୀଙ୍କ ରାତ୍ରିସିଫ୍ଟ ବିଜ୍ଞପ୍ତିକୁ ଶ୍ରମିକ ସଂଗଠନର ବିରୋଧ
Popular Categories



