www.samajalive.in
Monday, December 8, 2025
13.1 C
Bhubaneswar

ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଆଠଗଡ : ଆଠଗଡ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱରର ମନମୁଖୀ କାର୍ଯ୍ୟକୁ ବିରୋଧ କରାଯାଇଛି । ଉପଭୋକ୍ତାଙ୍କୁ ଶୋଷଣ ନକରିବା, ଉପଯୁକ୍ତ ସେବା ଯୋଗାଇଦେବା ଏବଂ ବିଦ୍ୟୁତଜନିତ ସମସ୍ୟା ସମାଧାନ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରାଥମିକତା ଦେବା ଲାଗି ସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ପୂର୍ବ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଏକ ୧୮ ଦଫା ସମ୍ବଳିତ ଦାବିପତ୍ର ବିତରକ ସଂସ୍ଥା ଓପିଟିସିଏଲର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ପ୍ରମୁଖ ଦାବିଗୁଡିକ ମଧ୍ୟରେ ମରାମତି ଆଳରେ ବାରମ୍ବାର ଓ ଦୀର୍ଘ ସମୟ ଅଘୋଷିତ ବିଜୁଳିକାଟ ବନ୍ଦ କରିବା, ଲୋ ଭୋଲଟେଜ୍ ସମାସ୍ୟାର ସମାଧାନ, ରାସ୍ତାକୁ ଲାଗି ରହିଥିବା ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟି ଉଠାଇବା ଓ ଗଛ ଡାଳପତ୍ର କାଟିବା, ପ୍ରିପେଡ ବା ସ୍ମାର୍ଟ ମିଟର ଲଗାଇବା ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ ନକରିବା ଆଦି ସହିତ ଅନ୍ଯାନ୍ଯ ଦାବି ରହିଛି । ଆଠଗଡ ସହର ଓ ଗ୍ରାମାଞ୍ଚଳରେ ବିତରକ ସଂସ୍ଥା କର୍ମଚାରୀଙ୍କ ଦ୍ବାରା ଗ୍ରାହକମାନଙ୍କୁ ଦୁର୍ବ୍ୟବହାର ଓ ଜୁଲମ ଆଦିକୁ ବିରୋଧ କରି ସଂଘର ପକ୍ଷରୁ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ଯୁବ ସଂଗଠକ ମନୋରଞ୍ଜନ ପଟ୍ଟନାୟକ, ତଥାଗତ ପଟ୍ଟନାୟକ, ସାମ୍ବାଦିକ ଲଲାଟେନ୍ଦୁ ସେନାପତି, ତ୍ରିବିକ୍ରମ ସାହୁ, ରତିକାନ୍ତ ମହାନ୍ତି, ବିକ୍ରମ ରାୟସାମନ୍ତ, ପୁପିନ୍ଦର ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଉପଭୋକ୍ତା ଟିପିସିଓଡିଏଲର ଅଧିକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ଏହାର ସମାଧାନ ପାଇଁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ । ପରେ ସଂଘ ପକ୍ଷରୁ ଏକ ପ୍ରତନିଧି ଦଳ ଆଠଗଡ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଓ ଉପଖଣ୍ଡ ପୁଲିସ ଅଧିକାରୀ ବିଶ୍ବଜିତ ମହାନ୍ତିଙ୍କୁ ଭେଟି ବିଦ୍ୟୁତ ସମସ୍ୟା ସମ୍ଵନ୍ଧରେ ଅବଗତ କରାଇବା ସହି ଦାବିପତ୍ରର ନକଲ ପ୍ରଦାନ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories