www.samajalive.in
Monday, December 8, 2025
27.1 C
Bhubaneswar

ଏହି ଖାଦ୍ୟକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ

ଆମେ କୌଣସି ଖାଦ୍ୟଦ୍ରବ୍ୟ ଖରାପ ହେବାରୁ ରକ୍ଷା କରିବା ପାଇଁ ଫ୍ରିଜରେ ତାହାକୁ ରଖି ଦେଇଥାଉ। କିନ୍ତୁ ସବୁ କ୍ଷେତ୍ରରେ ଏପରି କରିବା ଉଚିତ ନୁହେଁ। ଫ୍ରିଜରେ ଖାଦ୍ୟ ରଖିବା ଦ୍ବାରା ତାହା ଖରାପ ହୋଇନଥାଏ। କିନ୍ତୁ କିଛି ଏପରି ଖାଦ୍ୟଦ୍ରବ୍ୟ ରହିଛି ଯାହାକୁ ଫ୍ରିଜରେ ରଖିବା ଅନୁଚିତ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ପିଆଜ : ଛୋପା ଲାଗିଥିବା ପିଆଜକୁ ସର୍ବଦା ଶୁଷ୍କ ଓ ସତେଜ ପବନରେ ଖୋଲା ବ୍ୟାଗରେ ରଖିବା ଉଚିତ। କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ।

- Advertisement -

ଆଳୁ : ଆଳୁକୁ ଫ୍ରିଜରେ ରଖିବା ଦ୍ବାରା ସେଥିରେ ଥିବା ଷ୍ଟ୍ରାର୍ଚ୍ଚ ଚିନି ରୂପେ ବଦଳିଯାଏ। ଏହାର ସ୍ବାଦ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଘରର କୌଣସି ଥଣ୍ଡା ସ୍ଥାନରେ ପ୍ଲାଷ୍ଟିକ ବ୍ୟାଗରୁ ଆଳୁକୁ କାଢି ରଖନ୍ତୁ। ଆଳୁକୁ ୪୫ଡିଗ୍ରୀ ତାପମାତ୍ରାରେ ରଖିବା ସବୁଠାରୁ ଉତ୍ତମ ଅଟେ।

କଖାରୁ : କଖାରୁକୁ ଅନେକ ଫ୍ରିଜରେ​‌ ରଖିଥାଆନ୍ତି। ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ। କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ବାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ।

କଦଳୀ : କଦଳୀକୁ ଫ୍ରିଜରେ ରଖିବା ଉଚିତ ନୁହେଁ। କାରଣ କଦଳୀକୁ ଫ୍ରିଜରେ ରଖିବା ଦ୍ବାରା ତାହା କଳା ପଡିଯାଏ। ଏହାକୁ ଫ୍ରିଜରେ ରଖିବା ଦ୍ବାରା ସେଥିରୁ ଇଥାଲିନ ନାମକ ଏକ ଗ୍ୟାସ ନିର୍ଗତ ହୋଇଥାଏ। ଏହା ସମ୍ପୁର୍ଣ୍ଣ କଦଳୀକୁ ଖରାପ କରି ଦେଇଥାଏ।

ରସୁଣ : ରସୁଣକୁ ଫ୍ରିଜରେ ରଖିବା ଅନୁଚିତ। କାରଣ ଏହାକୁ ଫ୍ରିଜରେ ରଖିବା ଦ୍ବାରା ସେଥିରୁ ଗଜା ବାହାରେ। ରସୁଣ ନଷ୍ଟ ମଧ୍ୟ ହୋଇଯାଏ।

ଖଟା ଫଳ : କମଳା, ଲେମ୍ବୁ ପରି ଖଟା ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ତାର ଚୋପା କଳା ପଡିଯାଏ। ଏବଂ ସେଥିରୁ ରସ ମଧ୍ୟ ଶୁଖିଯାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories