www.samajalive.in
Thursday, December 11, 2025
14.1 C
Bhubaneswar

ବାଉଁଶ କରଡି ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଛନ୍ତି ଆଦିବାସୀ

ଲକ୍ଷ୍ମୀପୁର : ଜୀବିକାରେ ସହାୟକ ହେଉଛି ବାଉଁଶ କରଡ଼ି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଅଧିବାସୀମାନେ ଏହି କରଡ଼ି ବା ବାଉଁଶ ଗଜାକୁ ଜଙ୍ଗଲରୁ ସଂଗ୍ରହ କରିଆଣି ଗାଁ ଓ ବଜାରରେ ବିକ୍ରି ସେଥିରୁ ଯେଉଁ ଅର୍ଥ ପାଉଛନ୍ତି ସେଥିରେ ସେମାନଙ୍କ ତେଲ ଲୁଣ ଖର୍ଚ୍ଚ ଉଠିଯାଉଥିବା ସହିତ ଗୁଜୁରାଣ ମେଣ୍ଟାଉଛନ୍ତି । ଉକ୍ତ କରଡ଼ି ବର୍ଷା ଋତୁରେ ହିଁ ଉପଲବ୍ଧ ହୋଇଥାଏ ।  ଆଦିବାସୀ ମାନେ ଜଙ୍ଗଲକୁ ଯାଇ ବାଉଁଶ ବୁଦା ଭିତରେ ହୋଇଥିବା ଗଜା ବା କରଡ଼ି ଗୁଡ଼ିକୁ ସଂଗ୍ରହ କରି ଆଣି ନିଜେ ଖାଇବା ସହିତ ଗାଁ ଓ ବଜାରରେ ବିକ୍ରି କରନ୍ତି । ପୂର୍ବରୁ ଏହାର ବିଡ଼ା ୫ ଟଙ୍କା ଥିବାବେଳେ ପରେ ୧୦ ଓ ବର୍ତ୍ତମାନ ଗୋଟିଏ ବଡ଼ ବିଡ଼ାକୁ ୧୫/୨୦ ଟଙ୍କା ଲେଖାଏଁ ବିକ୍ରି ହେଉଛି । ସଂଗ୍ରହ କରୁଥିବା ଆଦିବାସୀ ମାନେ ଏହାକୁ ୧୦ ଟଙ୍କା ଲେଖା ବିକୁ ଥିବା ବେଳେ ସେମାନଙ୍କ ଠାରୁ କିଣି ଆଣୁଥିବା ଲୋକେ ୨୦ ଟଙ୍କା ଓ କେହି କେହି ୨୦ ଲେଖା ବଜାରରେ ବିକ୍ରି କରୁଛନ୍ତି । ଏହା ଏକ ଋତୁ କାଳୀନ ଦ୍ରବ୍ଯ ହୋଇଥିବା କାରଣରୁ ଏହାକୁ ଲୋକ ମାନେ ବିଶେଷ କରି ଖାଣ୍ଟି କୋରାପୁଟିଆ ମାନେ ଆଗ୍ରହର ସହିତ କିଣି ନେଇଥାନ୍ତ। ଏହାକୁ ରାନ୍ଧିବାର ପ୍ରଣାଳୀ , ଏହାକୁ ଚୁନା ଚୁନା କରିକାଟି ତରକାରୀ କରିବା ସହିତ ବରା ଭଳି ଛାଣି ମଧ୍ୟ ତରକାରୀ କରାଯାଏ। ସେହିପରି ଏହାକୁ ସୁଖାଇ ଚୁନା କରି ମିଶାଇ ଆମ୍ବିଳ କରାଯାଏ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories