www.samajalive.in
Monday, December 8, 2025
24.1 C
Bhubaneswar

ମଦଭାଟି ଉପରେ ଚାଲିଲା ବୁଲଡୋଜର

ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଶନିବାର ସକାଳେ ଅବକାରୀ ବିଭାଗ ଚଢାଉ କରି ପ୍ରଥମ ଥର ପାଇଁ ବେଆଇନ ମଦଭାଟିଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି। ଚଡାଉ ସମୟରେ ପ୍ରଥମେ ବେଆଇନ ଭାବେ ଗଢି ଉଠିଥିବା ୧୫ରୁ ଅଧିକ ମଦଭାଟି ଓ ତା ମଧ୍ୟରେ ଥିବା ଚୁଲିଗୁଡିକ ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇଥିଲା । ଏଥି ସହିତ ନିକଟବର୍ତ୍ତୀ ବୁଦା ଓ ଝାଟି ଜଙ୍ଗଲ ମଧ୍ୟରେ ଶହ ଶହ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୨୪୧୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୨୬୪୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଏହି ଚଢାଉ ପୂର୍ବରୁ ଭିତିରି ସୂଚନା ପାଇଥିବା ମଦ ମାଫିଆଙ୍କ ସମେତ ମଦ ପ୍ରସ୍ତୁତିରେ ନିୟୋଜିତ ଶ୍ରମିକ ଫେରାର ହୋଇଯାଇଥିଲେ। ତେଣୁ କାହାରିକୁ ଗିରଫ କରାଯାଇ ପାରିନାହିଁ। ଏହି ଘଟଣାରେ ୬ଟି ମାମଲା ରୁଜୁ କରାଯାଇଛି। ତେବେ ସେଠାରେ ମଦ ରନ୍ଧା ପାଇଁ ଗଚ୍ଛିତ ୩/୪ ଟ୍ରକ ପରିମାଣର ଜାଳେଣି କାଠ ଗଡଗୁଡିକୁ ବନବିଭାଗ କାହିଁକି ଜବତ ନ କରି ଛାଡି ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେଗୁଡିକ କ’ଣ ପୁଣି ମଦ ମାଫିଆଙ୍କ ମଦ ରନ୍ଧା କାର୍ଯ୍ୟରେ ବ୍ୟବହାର ପାଇଁ  ବନବିଭାଗ ଅଧିକାରୀ ଓ କର୍ମଚାରୀ ଜାଣିଶୁଣି ଛାଡ଼ି ଆସିଲେ କି ବୋଲି ଚର୍ଚ୍ଚା ହେଉଛି।

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ନେତୃତ୍ବରେ ଏସଡିପିଓ ବିଶ୍ବଜିତ ମହାନ୍ତି ଓ ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି ମିଳିତ ଚଢାଉ କରାଯାଇଥିଲା।

- Advertisement -

ଚଡାଉରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟ, ଅବକାରୀ ନିରୀକ୍ଷକ ରବି ନାରାୟଣ ପଧାନ, ଆଇଆଇସି ସୁମତି କୁମାରୀ ମହାନ୍ତି, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଅଭିରାମ ସାହୁ, ପୁଲିସ ଉପନିରୀକ୍ଷକ ଦିଲ୍ଲୀପ କୁମାର ବେହେରା, ବନପାଳ ଆଶିଷ ନାୟକ ପ୍ରମୁଖ ସାମିଲ ଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories