www.samajalive.in
Saturday, December 6, 2025
26.1 C
Bhubaneswar

ଉପଜିଲ୍ଲାପାଳଙ୍କ ଦ୍ବାରା ମାଙ୍କଡା ପଥର ଟ୍ରକ ଜବତ

ଆଠଗଡ : ଆଠଗଡ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ଥମିବାର ନାଁ ଧରୁନାହିଁ । ପ୍ରତିଦିନ ୫୦ରୁ ଉର୍ଦ୍ଧ୍ବ ଟ୍ରକ ଓ ଟ୍ରାକ୍ଟରରେ ମାଙ୍କଡା ପଥର, ବାଲି, ଚିପ୍, ମେଟାଲ ଓ କଳା ମୁଗୁନି ପଥର ଆଦି ଲଘୁ ଖଣିଜ ସାମଗ୍ରୀ ଖୋଲାଖୋଲି ଚୋରାଚାଲାଣ ହେଉଛି । ଗତ ଦୁଇଦିନ ମଧ୍ଯରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଚାନ୍ଦବାଲି ଛକ ଓ ବୀରକିଶୋରପୁର ଛକରୁ ପୁଲିସ ସହାୟତାରେ ବିନା କାଗଜପତ୍ରରେ ଚୋରା ଚାଲାଣ କରୁଥିବା ୩ ଟି ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରିଛନ୍ତି । ସେସବୁ ଖଣି ବିଭାଗକୁ ହସ୍ତାନ୍ତର କରିବା ପରେ ସଂପୃକ୍ତ ବିଭାଗ ମୋଟା ଅଙ୍କର ଜୋରିମାନା ଆଦାୟ କରି ଗାଡିଗୁଡିକ ଛାଡିବେ । ତେବେ ଖଣି ବିଭାଗ କାହିଁକି କେବେବି ଆଠଗଡ ଅଞ୍ଚଳରେ  ଧରପଗଡ କରୁନାହିଁ ତାହା  ଜନସାଧାରଣଙ୍କ ମଧ୍ଯରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ଲଘୁ ଖଣିଜ ସାମଗ୍ରୀର କାରବାର ଦାୟିତ୍ବ ଯେବେଠାରୁ ରାଜସ୍ବ ବିଭାଗ ହାତରୁ ନିଆଯାଇ ଖଣିଜ ବିଭାଗକୁ ଦିଆଗଲାଣି, ସେବେଠାରୁ ଅର୍ଥାତ ପ୍ରାୟ ୩ ବର୍ଷ ହେବ ଏସବୁ ସାମଗ୍ରୀର ଚୋରାଚାଲାଣ ବେଧଡ଼କ ଚାଲିଛି । ଖଣି ବିଭାଗ ପକ୍ଷରୁ ଲଘୁ ଖଣିଜ ଚୋରାଚାଲାଣ ରୋକିବା ଦିଗରେ କେବେ ବି ଆଠଗଡ ଅଞ୍ଚଳରେ ଧରପଗଡ କିମ୍ବା ଚଢାଉ କରିବାର ନଜିର ନାହିଁ। ଆଠଗଡରେ ଉପଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଶର୍ମା ଯୋଗଦେବା ପରେ ଯିବାଆସିବା ରାସ୍ତାରେ ଉପଯୁକ୍ତ କାଗଜପତ୍ର ବିନା ଚୋରା ଚାଲାଣ କରିଥିବା ଗାଡି ଯାଞ୍ଚ କରି ଜବତ କରୁଥିବା ଦେଖାଯାଉଛି। ବିଗତ ୧୦ ମାସ ମଧ୍ଯରେ ଉପଜିଲ୍ଲାପାଳ ଶ୍ରୀ ଶର୍ମା ଚୋରା ଲଘୁ ଖଣିଜ ଚାଲାଣ କରୁଥିବା ପ୍ରାୟ ୩୦-୪୦ ଟି ଟ୍ରକ ଓ ଟ୍ରାକ୍ଟର ଆଦି ଜବତ କରି ଖଣି ବିଭାଗକୁ ହସ୍ତାନ୍ତର କରିଥିବା ଦେଖାଯାଇଛି। ରାଜ୍ୟର ନୂତନ ବିଜେପି ସରକାର ଏ ଦିଗରେ ଧ୍ୟାନ ଦେଇ ଲଘୁ ଖଣିଜ ସାମଗ୍ରୀର କାରବାର ଓ ନିୟନ୍ତ୍ରଣ ଖଣି ବିଭାଗ ପରିବର୍ତ୍ତେ ପୂର୍ବପରି ରାଜସ୍ବ ବିଭାଗକୁ ଦେବା ଆବଶ୍ୟକ ବୋଲି ପରିବେଶବିତ ମତବ୍ୟକ୍ତ କରୁଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories