www.samajalive.in
Friday, December 5, 2025
27.1 C
Bhubaneswar

ବଳଙ୍ଗା ଘଟଣା; ସରିଲା ବୟାନ ପ୍ରକ୍ରିୟା

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣା ବୟାନ ପ୍ରକ୍ରିୟା ଏକପ୍ରକାର ସରିଯାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣା ପଛର ସତ ଉପରୁ ପର୍ଦାଫାସ୍‌ ଲାଗି ପ୍ରମାଣ ଯୋଗାଡ଼ ଶେଷ ହୋଇଛି। ସବୁଦିଗରୁ ତଦନ୍ତ ପରେ ପୁଲିସ ନିକଟରେ ଚୂଡ଼ାନ୍ତ ରିପୋର୍ଟର ଚିଠା ପ୍ରସ୍ତୁତ କରାଯାଇଛି। ରିପୋର୍ଟଗୁଡ଼ିକୁ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ସେଠାରୁ ସବୁଜ ସଙ୍କେତ ଆସିବା ପରେ ଘଟଣା ପଛର ପ୍ରକୃତ ସତ ପଦାକୁ ଆସିବ।
ଅନୁରୂପ ଭାବେ ୪ଥର ଲାଗି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଦିଲ୍ଲୀର ସ୍ଥାନୀୟ ଅଦାଲତଙ୍କ ନିର୍ଦେଶରେ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ରେକର୍ଡ ହୋଇଛି। ସୁସ୍ଥ ମାନସିିକତା ଓ ସମ୍ପୂର୍ଣ୍ଣ ସହମତିରେ ପୀଡ଼ିତା ବୟାନ ଦେଇଛନ୍ତି। ଏହି ବୟାନ ରେକର୍ଡ ସମୟରେ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଥର ବୟାନ ରେକର୍ଡ ବେଳେ ପୀଡ଼ିତା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପ୍ରାୟ ଘଣ୍ଟାଏ କାଳ ପୀଡ଼ିତାଙ୍କୁ ୨୬ରୁ ୨୭ଟି ପ୍ରଶ୍ନ ପଚରା ଯାଇଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଦିଲ୍ଲୀର ଏକ ଅଦାଲତକୁ ତଦନ୍ତକାରୀ ଅଧିକାରୀ ତଥା ଡିଏସ୍‌ପି କଳ୍ପନା କଅଁର ଓ ବଳଙ୍ଗା ଥାନାଧିକାରୀ ଯାଇଥିବା ଜଣାପଡ଼ିଛି। ସେମାନେ ୩ଦିନ ଦିଲ୍ଲୀରେ ରହିବା ପରେ ଗୁରୁବାର ସନ୍ଧ୍ୟାରେ ସେଠାରୁ ଫେରି ଆସିଛନ୍ତି। ଆସନ୍ତାକାଲି ପୁଲିସର ବରିଷ୍ଠ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଜଣାଇବା ପରେ ଘଟଣାରେ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।

ସେପ‌େ‌ଟ ପୀଡ଼ିତାଙ୍କ ପୋଡ଼ି ଘଟଣାର ସପ୍ତାହକ ପରେ ନୂଆମୋଡ଼ ନେବାକୁ ଯାଉଛି। ଏହି ବର୍ବରକାଣ୍ଡକୁ ପୁଲିସ କିଭଳି ଗଣମାଧ୍ୟମ ସାମ୍‌ନାରେ ଉପସ୍ଥାପନ କରିବ ତାକୁ ନେଇ ଅଡୁଆ ହୋଇଛି। ପୁଲିସ ପ୍ରକୃତ ସତ କହିବ ନା କାହାଣୀ କହିବ ତାହା ଦେଖିବାକୁ ବାକି ରହିଛି। ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବାବେଳେ ଅଭିଯୋଗର ସତ୍ୟତା ଓ ପ୍ରକୃତ ଘଟଣା କ’ଣ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories