www.samajalive.in
Tuesday, December 9, 2025
16.1 C
Bhubaneswar

ୟୁପିରେ ଅର୍ଦ୍ଧାଧିକ ସାଂସଦଙ୍କ ଟିକଟ କାଟ!

ନୂଆଦିଲ୍ଲୀ : ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ନିଜ ସ୍ଥିତି ସୁଦୃଢ କରିବା ପାଇଁ ବିଜେପି ଯଥା ସମ୍ଭାବ ପ୍ରୟାସ ଜାରି ରଖିଛି। ଏଥିପାଇଁ ଦଳ ଉଭୟ କେନ୍ଦ୍ର ଓ ଆଞ୍ଚଳିକସ୍ତରରେ ପୃଥକପୃଥକ ରଣନୀତି ପ୍ରସ୍ତୁତ କରିଛି। ଏଭଳି ପରିସ୍ଥିତିରେ ଦେଶର ସବୁଠାରୁ ଅଧିକ ଆସନ ଥିବା ଉତ୍ତରପ୍ରଦେଶରେ ଅଧାରୁ ଊଦ୍ଧ୍ୱର୍ ସାଂସଦଙ୍କ ଟିକଟକୁ ନେଇ ସମ୍ପ୍ରତି ଆଶଙ୍କା ଦେଖା ଦେଇଛି। ସେହିପରି ହରିୟାଣାରେ ମଧ୍ୟ ବର୍ତ୍ତମାନ ସାଂସଦ ଥିôବା କିଛି ନେତାଙ୍କୁ ଚଳିତ ଥର ଟିକଟ ପାଇବାରୁ ବଞ୍ଚିତ ହେବା ସମ୍ଭାବନା ରହିଛି। ୨୦୧୪ରେ ବିଜେପି ବିପକ୍ଷ ଦଳକୁ ମାତ ଦେଇ ଉକ୍ତ ରାଜ୍ୟରୁ ୭୧ଟି ଆସନରେ ବିଜୟ ଲାଭ କରିଥିଲା।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଧ୍ୟକ୍ଷ ଅମିତ ଶାହା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମଧ୍ୟରେ ଅଢେଇ ଘଣ୍ଟାରୁ ଅଧିକ ସମୟ ବୈଠକ କରିଛନ୍ତି। ଏହି ଆଲୋଚନାରେ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ଦଳର ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇ ଥିଲା।
ମିଳିଥିବା ଖବର ଅନୁଯାୟୀ ଉତ୍ତରପ୍ରଦେଶରେ ୩୦ରୁ ଊଦ୍ଧ୍ୱର୍ ସାଂସଦଙ୍କ ଟିକଟ ଆଗାମୀ ନିର୍ବାଚନରେ ବାତିଲ ହେବାର ସମ୍ଭାବନାକୁ ନେଇ ଦଳର ଅଧ୍ୟକ୍ଷ ସଙ୍କେତ ଦେଇଛନ୍ତି। ସାଂସଦମାନେ ସେମାନଙ୍କ ନିଜନିଜ ନିର୍ବାଚନ ମଣ୍ଡଳୀରେ କେଉଁ ପରିମାଣରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ଏହାକୁ ଭିତ୍ତି କରି ଏହି ଟିକଟ କଟାଯିବ ଅଥବା ଯୋଡ଼ାଯିବ ବୋଲି ଦଳୀୟ ସୁତ୍ରରୁ ଖବର ମିଳିଛି। ତେଣୁ ସାଂସଦଙ୍କ ରିପୋର୍ଟ କାର୍ଡ଼ ହିଁ ଆଗାମୀ ନିର୍ବାଚନରେ ସାଂସଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ କହିବା ଭୁଲ ହେବ ନାହିଁ।
ୟୁପିର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସାଂସଦଙ୍କ ରିପୋର୍ଟ କାର୍ଡ଼ ନିର୍ମାଣ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ଶ୍ରୀ ମୌର୍ଯ୍ୟଙ୍କ ସହ ମଧ୍ୟ ବିଜେପି ଅଧ୍ୟକ୍ଷ ଦୀର୍ଘ ସମୟ ଆଲୋଚନା କରି ରାଜ୍ୟବାସୀଙ୍କ ଆଗ୍ରହକୁ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ନିର୍ବାଚନରେ ଉତ୍ତରପ୍ରଦେଶ ବିଜେପିରେ ନୂଆ ଚେହେରା ଦେଖିବାର ସମ୍ଭାବନା ରହିବା ସହ କିଛି ବିଧାୟକ,ସାଂସଦ ଓ ମନ୍ତ୍ରୀ ପୁଣି ଥରେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ଯାଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories