www.samajalive.in
Saturday, December 6, 2025
26.1 C
Bhubaneswar

ବନ ବିଭାଗର ନିଦ ହଜାଇଲେଣି ୩୦ ଟିକିଆ ହାତୀପଲ

ପାଟଣା: ଗତ ୨୧ ତାରିଖରୁ ପାଟଣା ବନାଞ୍ଚଳରେ ହାତୀପଲ ପାଟଣା ବନବିଭାଗର ନିଦ ହଜାଇ ଦେଇଛନ୍ତି। ହାତୀପଲ ଏକର ଏକର ବିଲରେ ଧାନତଳି ନଷ୍ଟ କରିବାସହ ୩୩ରୁ ଅଧିକ ଘର ଭାଙ୍ଗି ବାଡ଼ି ବଗିଚା ନଷ୍ଟ କରିଛନ୍ତି। ଫଳରେ ଏହା ବନବିଭାଗକୁ ରାତି ଅନିଦ୍ରା ହେବାକୁ ବାଧ୍ୟ କରୁଛି। କେବଳ ପାଟଣା ବନବିଭାଗର ଅଧିକାରୀ କି କର୍ମଚାରୀ ନୁହେଁ, ଖୋଦ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ମଧ୍ୟ ପାଟଣା ବନାଞ୍ଚଳରେ ହାତୀପଲଙ୍କ ରାତ୍ରିକାଳୀନ ଚଳପ୍ରଚଳର ଅନୁଧ୍ୟାନ କରିଛନ୍ତି। ବିଶେଷ କରି ତୁରୁମୁଙ୍ଗା ଅଞ୍ଚଳରୁ ଆରମ୍ଭ କରି ପାଟଣା ଭରାଣ୍ଡିଆରୁ ରୁଢ଼ିଆପଡା ପର୍ଯ୍ୟନ୍ତ ପ୍ରାୟ ୩୦ ଏକର ଯାଏ ଜମିରେ ପଶି ଏହି ହାତୀପଲ ଧାନତଳି ନଷ୍ଟ କରିଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ଗତ ଶନିବାର ରାତିରେ ଖୋଦ ଡିଏଫଓ ଏଚଡି ଧନରାଜ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରି ସର୍ଦ୍ଦାର, ଖିରେଇଟାଙ୍ଗରି ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, ପାଟଣା ବନପାଳ ନିରଞ୍ଜନ ସେଠୀଙ୍କୁ କ୍ଷେତ୍ର ପରିଦର୍ଶନରେ ଯାଇଥିବାବେଳେ ସୋମବାର ବଡ଼ବିଲ ବନାଞ୍ଚଳ ଅଧିକାରୀ ସଞ୍ଜୀବ କୁମାର ରାଉତ ଓ ଜିଲ୍ଲା ଭ୍ରାମ୍ୟମାଣ ଦଳକୁ ମଧ୍ୟ ପାଟଣା ବନ କ୍ଷେତ୍ରରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏହି ହାତୀପଲଙ୍କୁ ଚିନାମାଳିପଶି ପଞ୍ଚାୟତ ରୁଢ଼ିଆପଡା ଜଙ୍ଗଲରେ ଦେଖିବାକୁ ମିଳିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories