ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୮ ଜୁଲାଇରେ ଶ୍ରାବଣରେ ୩ୟ ସୋମବାରରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଏହି ଦିନ ଅତ୍ୟନ୍ତ ଶୁଭ ଦୁର୍ଲ୍ଲଭ ସଂଯୋଗ ହେଉଛି । ଯାହା ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଅତ୍ୟନ୍ତ ଶୁଭ ପ୍ରଭାବ ପକାଇବ । ଏହି ଦିନ ବିନାୟକ ଚତୁର୍ଥୀ ସଂଯୋଗ, ପୂର୍ବାଫାଲଗୁଣୀ ନକ୍ଷତ୍ର ସଂଯୋଗ ସହ ରବି ଯୋଗର ମଧ୍ୟ ସଂଯୋଗ ହେଉଛି । ଏହା ବ୍ୟତୀତ ଚନ୍ଦ୍ର, ମଙ୍ଗଳ କନ୍ୟା ରାଶିରେ ଏକାଠି ହେବେ । ଚନ୍ଦ୍ରମା ରାତି ୧୧ଟା ୫୯ ମିନିଟ୍ରେ କନ୍ୟା ରାଶିରେ ଚଳନ କରିବେ । ମଙ୍ଗଳ ମଧ୍ୟ କନ୍ୟା ରାଶିରେ ପ୍ରବେଶ କରିବେ । ଫଳରେ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଏସବୁ ରାଶି ହେବେ ଭାଗ୍ୟଶାଳୀ..
ମେଷ- ମଙ୍ଗଳ-ଚନ୍ଦ୍ର ଏକାଠି ହୋଇ ରାଜଯୋଗ ସୃଷ୍ଟି ହେବା ଫଳରେ ମେଷ ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ସଫଳତା ସହ ମାନ-ସମ୍ମାନ ବୃଦ୍ଧି ହେବ । ଜୀବନରେ ଖୁସିର ଆଗମନ ହେବ ।
କର୍କଟ- ଧନ ସହ ଜଡିତ ସମସ୍ୟା ଦୂର ହେବ । ନୂଆ ଚାକିରିରେ ଯୋଗ ଦେବେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର ।
ସିଂହ- ଏହି ରାଶିଙ୍କୁ ମଧ୍ୟ ଅତ୍ୟନ୍ତ ଶୁଭଫଳ ମିଳିବ । ଟଙ୍କା ନିବେଶ ପାଇଁ ଶୁଭ ସମୟ । ନୂଆ ନୂଆ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା- ଅନେକ କାର୍ଯ୍ୟରେ ସଫଳତା ମିଳିବ । ଜୀବନରେ ଖୁସିର ଆଗମନ ହେବ । ଯାତ୍ରାର ଯୋଗ ରହିଛି । କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍ ଉନ୍ନତି ହେବ ।
ଧନୁ- ବ୍ୟବସାୟୀ ଲାଭବାନ୍ ହେବେ । ଧନ ସମ୍ପତ୍ତି ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି ।



