www.samajalive.in
Friday, December 5, 2025
26.1 C
Bhubaneswar

ସିଆରପିଏଫ ଯବାନଙ୍କ ପକ୍ଷରୁ ବୃକ୍ଷରୋପଣ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏହି ଅଞ୍ଚଳରେ ଆଦିବାସୀମାନେ ଜଙ୍ଗଲ କାଟି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିହେବା ବଦଳରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାସହ ବନ୍ୟପ୍ରାଣୀ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ହୋଇ ଅନେକ ଲୋକଙ୍କ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। ତେବେ ଅଧିକରୁ ଅଧିକ ଗଛ ଲଗାଇ ଅଞ୍ଚଳରେ ସବୁଜିମା ବୃଦ୍ଧି କରିବାସହ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇ/୪ ବାଟାଲିୟନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ ୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁରଙ୍କ ନିର୍ଦ୍ଦେଶ ଅନୁଯାୟୀ ରବିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁରସ୍ଥିତ ସିଆରପିଏଫ କ୍ୟାମ୍ପ ପରିସରରେ ଇ/୦୪ କମ୍ପାନୀ କମାଣ୍ଡର ଟି.ରାଧାକ୍ରିଷ୍ଣାଙ୍କ ନେତୃତ୍ବରେ ପୁଲିସ ବାହିନୀ ଓ ଅଧିକାରୀଙ୍କ ଦ୍ବାରା ବିଭିନ୍ନ ପ୍ରକାରର ୨୫୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପୁର ବନପାଳ ପଦ୍ମଲୋଚନ ଶବର, ବାଟାଲିୟନ୍ ପୁଲିସ ବାହିନୀର ସେକେଣ୍ଡ କମାଣ୍ଡର ପି.ଆପା ରାଓ, ବିଜେପୁର ହାଇସ୍କୁଲ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଯବାନମାନେ ଅଂଶଗ୍ରହଣ କରି ବୃକ୍ଷରୋପଣ ସହିତ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ଦାୟିତ୍ବ ପ୍ରଦର୍ଶନ କରିଥିଲେ। ଅଧିକରୁ ଅଧିକ ଗଛ ଲଗାଇ ଅଞ୍ଚଳରେ ସବୁଜିମା ବୃଦ୍ଧି କରିବା ଏବଂ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଇ/୦୪ କମ୍ପାନୀ ବାଟାଲିୟନ କମାଣ୍ଡର ଟି.ରାଧା କ୍ରିଷ୍ଣା ସଚେତନତା ବାର୍ତ୍ତା ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବାବେଳେ ବାଟାଲିୟନର ସମସ୍ତ ଯବାନ ସହଯୋଗ କରିଥିଲେ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories