www.samajalive.in
Friday, December 5, 2025
26.1 C
Bhubaneswar

କାନପୁର ଚିଡ଼ିଆଖାନାରେ ଆଜୀବନ ରହିବ ୫ ମଣିଷ ମାରିଥିବା ବାଘୁଣୀ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ପିଲିଭିତ ଜିଲାରେ ୫ ଜଣ ମଣିଷଙ୍କୁ ମାରି ଆତଙ୍କ ଖେଳାଇଥିବା ବାଘୁଣୀ ଶେଷରେ ଧରାପଡ଼ିଛି। ବନ ବିଭାଗ କର୍ମଚାରୀମାନେ ବାଘୁଣୀକୁ ଧରିବାରେ ସଫଳ ହୋଇଛନ୍ତି। ଏହା ପରେ ବାଘୁଣୀର ଠିକଣା ସାରା ଜୀବନ ପାଇଁ ବଦଳି ଯାଇଛି। ଏଣିକି ବାଘୁଣୀ ଆଜୀବନ କାନପୁର ଚିଡ଼ିଆଖାନାରେ ରହିବ। ସେଥିଲାଗି ଶନିବାର ଦିନ ବାଘୁଣୀକୁ କାନପୁର ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି।

ପିଲିଭିତ ଜିଲାର ୫ଟି ଗାଁରେ ଏହି ବାଘୁଣୀ ଗତ ୨ମାସ ଧରି ଆତଙ୍କ ଖେଳାଇଥିଲା। ମେ ୧୪ ତାରିଖରୁ ଜୁଲାଇ ୧୭ ତାରିଖ ମଧ୍ୟରେ ବାଘୁଣୀଟି ଜଣକ ପରେ ଜଣେ ୫ ଜଣଙ୍କୁ ଶିକାର କରି ଖାଇଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ବାଘୁଣୀକୁ ଧରିବାକୁ ଉଦ୍ୟମ କରାଯାଇଥିଲା। ତା’କୁ ଠାବ କରିବା ଲାଗି ଥର୍ମାଲ ଡ୍ରୋନ କ୍ୟାମେରାର ସହାୟତା ନିଆଯାଇଥିଲା।

- Advertisement -

ଉତ୍ତରପ୍ରଦେଶର ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଅନୁରାଧା ବେମୁରି କହିଛନ୍ତି, ସାଢ଼େ ୩ ବର୍ଷୀୟା ଏହି ବାଘୁଣୀକୁ ବାହାରକୁ ଛାଡ଼ି ଆଉ ବିପଦକୁ ଆମନ୍ତ୍ରଣ କରାଯିବ ନାହିଁ। ବାଘୁଣୀଟି ଅଭ୍ୟାସଗତ ଭାବେ ଗ୍ରାମାଞ୍ଚଳରେ ଲୁଚିଛପି ଶିକାର କରୁଥିବାରୁ ତାହାକୁ ଜଙ୍ଗଲରେ ଛାଡ଼ିବା ସମ୍ଭବ ନୁହେଁ। ଏଣିକି ସେ ଆଜୀବନ ଏନକ୍ଲୋଜର ଭିତରେ ରହିବ ବୋଲି କହିଛନ୍ତି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories