www.samajalive.in
Friday, December 12, 2025
19.1 C
Bhubaneswar

କିଲିମାଞ୍ଜାରୋ ଆରୋହଣ କରିବେ ଯୁବ ପର୍ବତାରୋହୀ ଆଶୀର୍ବାଦ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଆଗାମୀ ଅଗଷ୍ଟ ୨ ତାରିଖ ଦିନ ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା କରିବେ। ସେଠାରେ ପହଞ୍ଚିବା ପରେ ସେ କିଲିମାଞ୍ଜାରୋ ପର୍ବତାରୋହଣ କରିବେ।

ଆଶୀର୍ବାଦଙ୍କ ଟିମ୍‌ରେ ଲଣ୍ଡନ, ଆମେରିକା, ଇରାନ, ବ୍ରାଜିଲ, ଜର୍ମାନୀ, ରୁଷ, ସାଉଦି ଆରବ, ଦୁବାଇର ପର୍ବତାରୋହୀମାନେ ରହିଛନ୍ତି। ଏକମାତ୍ର ଭାରତୀୟ ଭାବେ କେବଳ ଆଶୀର୍ବାଦ ଏହି ପର୍ବତ ଆରୋହଣ ପାଇଁ ମନୋନୀତ ହୋଇଛନ୍ତି। କାଶ୍ମୀରର ପହଲଗାଓଁସ୍ଥିତ ଜବାହର ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟରିଂ ପକ୍ଷରୁ ଆଶୀର୍ବାଦଙ୍କୁ ମନୋନୀତ କରାଯାଇଛି।

- Advertisement -

ଏହା ପୂର୍ବରୁ ସେ ଟାଟାକୋଠି, ହରମୁଖ, ତ୍ରିଶୂଲ, ନୀଳକଣ୍ଠ, ସନସେଟ୍, ଗୋଲ୍ଡ ଟପ୍, ଟେବୁଲ୍ ଟପ୍, ସ୍ଲିପିଂଲେଡି ମାଉନଟେନ୍ ଆଦି ଆରୋହଣ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୮୫ ମିଟର) ଆରୋହଣ କରିବା ପାଇଁ ସେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ମାଉଣ୍ଟରିଂ ଇନଷ୍ଟିଚ୍ୟୁଟର   କ୍ୟାପଟେନ ସୌକତ ଅଲିଙ୍କ ତତ୍ତ୍ଵାବଧାନରେ ଆଶୀର୍ବାଦ ଏହି ଦୁଃସାହସିକ ପର୍ବତାରୋହଣ କରିବେ।

ଆଶୀର୍ବାଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପର୍ବତାରୋହଣ ତାଙ୍କ ବାଲ୍ୟକାଳ ସ୍ବପ୍ନ ଥିଲା ଓ ଏବେ ସେ ନିଜ ସ୍ବପ୍ନକୁ ଜିଉଁଛନ୍ତି। ସେ ଭାରତରେ ଆଗାମୀ ଭବିଷ୍ୟତ ପିଢ଼ିଙ୍କୁ ପର୍ବତାରୋହଣ ବିଷୟରେ ଅବଗତ କରାଇବା ତଥା ଆବଶ୍ୟକସ୍ଥଳେ ଉଚିତ ତାଲିମ ପ୍ରଦାନ କରି ଭାରତର ନାମ ବିଶ୍ୱ ଦରବାରରେ ଚମକାଇବେ ବୋଲି ପ୍ରକାଶ କରିଛନ୍ତି। ଆଶୀର୍ବାଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories