www.samajalive.in
Friday, December 5, 2025
26.1 C
Bhubaneswar

ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ନାମଞ୍ଜୁର

ବାଲେଶ୍ୱର: ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ପୁଣି ନାମଞ୍ଜୁର କରିଛନ୍ତି ବାଲେଶ୍ବର ଏସ୍‌ଡିଜେଏମ। ତାଙ୍କର ବିଚାର ବିଭାଗ ହେପାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି ଜଜ୍‌। ସିଟି ୪୯୮/୨୦୨୫ ନଂ ମାମଲାରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ଶ୍ରୀବତ୍ସ ନାୟକ ଜାମିନ ଆବେଦନ କରିଥିଲେ। ଅନ୍ୟ ପକ୍ଷରେ ବାଲେଶ୍ବର ଜିଲା କାରାଗାରରେ ଥାଇ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁ ଓ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ ଘୋଷ ଆଜି ଅପରାହ୍ଣ ୩ଟାରୁ ସାଢ଼େ ତିନିଟା ପର୍ଯ୍ୟନ୍ତ ଭିଡିଓ କନ୍‌ଫ‌େରନସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇଥିଲେ। ଏସ୍‌ଡିଜେଏମ କିଶୋର କୁମାର ନାଥ ଜାମିନ ଆବେଦନ ନାମଞ୍ଜୁର କରିବା ସହ ଆସନ୍ତା ଅଗଷ୍ଟ ୬ ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ଅଧ୍ୟାପକ ଶ୍ରୀ ସାହୁଙ୍କ ବିଚାର ବିଭାଗ ହେପାଜତ ଅବଧି ଆଉ ୧୪ ଦିନ ବଢ଼ାଇ ଦିଆଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories