ପହଞ୍ଚିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ
ମାଲକାନଗିରି: ଚିତ୍ରକୋଣ୍ଡା ଅନ୍ତର୍ଗତ ବଦପଦର ପଞ୍ଚାୟତର ମେଟାଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ବିଷ ପିଇ ଦେଇଛନ୍ତି । ପରେ ମହିଳାଙ୍କୁ ମେଡିକାଲ ନେବା ପାଇଁ ତାଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିନାହିଁ । ଶେଷରେ ବାଧ୍ୟ ହୋଇ ପରିବାରଲୋକେ ଏକ ଖଟିଆରେ ରୋଗୀକୁ ପ୍ରାୟ ୨ କିମି ବୋହି ନେବା ପରେ ଚିତ୍ରକୋଣ୍ଡା ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ମାଲକାନଗିରି ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି ।