www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟାଳୟ ଛାତ ଭୁଶୁଡ଼ି ୪ ଛାତ୍ରଙ୍କ ମୃତ୍ୟୁ, ୧୩ ଆହତ

ସମାଜ ଡିଜିଟାଲ ଡେସ୍କ: ପାଠ ପଢ଼ୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ଚାଲିଗଲା ୪ ଛାତ୍ରଙ୍କ ଜୀବନ। ରାଜସ୍ଥାନର ଝଲାଓ୍ବର ଜିଲା ପିପଲଡ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ​‌ରେ ଶୁକ୍ରବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୩ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସକାଳ ପ୍ରାୟ ୭ଟା ୪୫ ମିନିଟରେ ପ୍ରାର୍ଥନା ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ। କିନ୍ତୁ ୬ଷ୍ଠ ଏବଂ ୭ମ ଶ୍ରେଣୀର ୧୭ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ଥିଲେ। ଏହି ସମୟରେ ଛାତ ଭୁଶୁଡ଼ି ପଡ଼ିଥିଲା ବୋଲି ଡାଙ୍ଗିପୁରା ଥାନା ଏସଏଚଓ ବିଜେନ୍ଦ୍ର ସିଂହ କହିଛନ୍ତି।

- Advertisement -

ଏହି ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସର୍କଲ ଇନ୍ସପେକ୍ଟର ନନ୍ଦକିଶୋର ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ୨ ଛାତ୍ରଙ୍କୁ ଉନ୍ନତ ଚିକିତ୍ସା ପାଇଁ ଝଲାଓ୍ବରରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories